ଭୁବନେଶ୍ୱର, ଅଗଷ୍ଟ ୪ (ଲୋକାଲ ୱାୟାର) : ଭଦ୍ରକ ଜିଲ୍ଲା ତିହିଡି ଥାନା ବାଉଁଶବାଗ ଗାଁରେ ଜଣେ ଯୁବକଙ୍କୁ ଲଣ୍ଡା କରି ମୁହଁରେ ଚୂନ କାଳୀ ବୋଳି, ଜୋତାମାଳ ପିନ୍ଧାଇ ଅକଥନୀୟ ନିର୍ଯାତନା ଦେଇଥିବା ଭିଡିଓ ଭାଇରାଲ ହେବା ଘଟଣାରେ ତଦନ୍ତ ପାଇଁ ଭଦ୍ରକ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜିଲ୍ଲାପ୍ରଶାସନର ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି ।
ନିର୍ଯାତନା ନେଇ ପୀଡିତ ଯୁବକଙ୍କ ପତ୍ନୀ ସୋମବାର ତିହିଡି ଥାନାରେ ଏତଲା ଦେଇଥିଲେ ।
ବିନା କୌଣସି କାରଣରେ ତାକୁ ଅକଥନୀୟ ନିର୍ଯାତନା ଦେବା ସହ ପାଣି ମାଗିବାରୁ ତାଙ୍କୁ ପରିଶ୍ରା ପିଆଇଥିବା ଅଭିଯୋଗ କରିଛନ୍ତି ଯୁବକଙ୍କ ପତ୍ନୀ ।
ନିର୍ଯାତନା ଦେବାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଘଟଣାର ତଦନ୍ତ ଚାଲିଛି ।
ଲୋକାଲ ୱାୟାର
Leave a Reply