ଭଦ୍ରକ, ଏପ୍ରିଲ ୧୮ (ଲୋକାଲ ୱାୟାର) : ଭଦ୍ରକ ଜିଲ୍ଲାରେ ପ୍ରତି ରବିବାର ସକାଳ ୬ରୁ ଦିନ ୧ଟା ଯାଏଁ ବହି ଓ ଷ୍ଟେସନାରୀ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ କରି କହିଛନ୍ତି ।
District Administration has imposed restrictions on plying of auto for purposes nother than carrying patients /persons for medical purposes with documents. Violators will have to pay penalty of Rs.2,000/-@DM_Bhadrak @SpBhadrak @RTOBHADRAK
— GYANA DAS (@gyana_r_das) April 17, 2020
ଲକ୍ ଡାଉନ୍ ବେଳେ ଛାତ୍ରଛାତ୍ରୀଙ୍କ ପାଠପଢାକୁ ଦୃଷ୍ଟିରେ ରଖି ମେ ୩ ଯାଏଁ ଏସବୁ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ ।
ହେଲେ ଅଟୋ ଚାଳକଙ୍କ ପାଇଁ ଜିଲ୍ଲା ପ୍ରଶାସନ କଟକଣା କଡାକଡି କରିଛି ।
ରୋଗୀ କିମ୍ବା ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାରଣରୁ ଯାତ୍ରା କଲେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ଟ୍ୱିଟ୍ ଯୋଗେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply