ଭଦ୍ରକ, ଅଗଷ୍ଟ ୨୯ (ଲୋକାଲ ୱାୟାର) : ଭଦ୍ରକ ଉପ-ଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ଶନିବାର ଟ୍ୱିଟ୍ କରି କହିଛି ।
ଫଳରେ ଏବେ ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ଉପ-ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି । ସେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ।
ଅନ୍ୟପଟେ ଭଦ୍ରକ ଜିଲ୍ଲାରୁ ଆଜି ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରୁ ଏ ପର୍ଯ୍ୟନ୍ତ ମୋଟ ୨୫୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
୧୭୭୫ ଜଣ ସୁସ୍ଥ ହୋଇଥିବା ବେଳେ ୭୬୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮ ଜଣଙ୍କର ମୃତ୍ୟୁ ଘଟିଛି ।
ଲୋକାଲ ୱାୟାର
Leave a Reply