ଭଦ୍ରକ, ଏପ୍ରିଲ ୨୦ (ଲୋକାଲ ୱାୟାର) : ଭଦ୍ରକ ଜିଲ୍ଲାରେ ରବିବାର ରାତି ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ବାସୁଦେବପୁର ବ୍ଲକର ତିନୋଟି ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ଦୁଇଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିବା ଟ୍ୱିଟ କରି ସୂଚନା ଦେଇଛି ।
କଣ୍ଟେନମେଣ୍ଟ ଜୋନ୍ ପାଇଁ ୨ଟି ବ୍ଲକରେ ୨ଜଣ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ।
ଭଦ୍ରକ ପିଡି ଡିଆରଡିଏ ମଧୁସୂଧନ ଦାସ ଓ ଉପଜିଲ୍ଲାପାଳ ପିତାମ୍ବର ସାମଲ ଏଥିପାଇଁ ନିଯୁକ୍ତ ହୋଇଛନ୍ତି ।
୫ଟି ପଞ୍ଚାୟତ ପାଇଁ ୫ଟି ନୋଡାଲ ଅଫିସରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ।
ପ୍ରଶାସନ ବାସୁଦେପୁର ବ୍ଲକ ଖରିଦାବିନାୟକପୁର ଗ୍ରାମ ପଞ୍ଚାତର ଶୁକଦେବପୁର ଛକରୁ ବେକମୁରଡି ଛକ, ଶିଶୁମନ୍ଦିର ଛକ, କାଳିଆପଦା ମେଲଣ ପଡିଆ ଛକରୁ କରାଚୀ ଛକ ପର୍ଯ୍ୟନ୍ତ ସିଲ୍ କରିଛି ।
ପଦ୍ମପୁର ପଞ୍ଚାୟତର ମେଳକସାହିକୁ କଣ୍ଟନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଶରତପୁର ଛକରୁ ମେଳକସାହି ଛକ, ରୁକୁଣାଦେଇପୁରରୁ ସାନ ଆଗପୁର ଛକ ସିଲ୍ କରାଯାଇଛି ।
Containment Zones notified by District Administration Bhadrak. https://t.co/HfWIT4nYrr pic.twitter.com/rnENoZiI8g
— GYANA DAS (@gyana_r_das) April 20, 2020
ଲକ୍ଷ୍ମୀଦାସପୁର ପଞ୍ଚାୟତର ମାଟପକା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
ଭାଗିରଥୀ ବଳ ଛକରୁ କାଷ୍ଟ କେନାଲ ଛକ, ଷେଣ୍ଢଗରଡ଼ ଛକରୁ ବୟାଳିଶିବନ୍ଧା ଛକ, ଆଯୋଧ୍ୟା ବଡପୋଲରୁ ସରକୋଟ କେନାଲ, ଜୟକୃଷ୍ଣପୁର, ସାନ ଜଗନ୍ନାଥପୁର ଶିବମନ୍ଦିର ପାଖ ପର୍ଯ୍ୟନ୍ତ ସିଲ କରିଛି ପ୍ରଶାସନ ।
ଭଣ୍ଡାରୀପୋଖରୀ ବ୍ଲକର ରାହାଣିଆ ପଞ୍ଚାୟତର ସମସ୍ତ ୧୧ ଟି ଗାଁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।
ସେହିଭଳି ତେସିଙ୍ଗା ପଞ୍ଚାୟତର ୧୧ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ ।
ଏହି ସମସ୍ତ ସ୍ଥାନକୁ ଯିବା ଆସିବା କରିବା ପାଇଁ ଥିବା ପ୍ରବେଶ ଓ ପ୍ରସ୍ଥାନ ପଥଗୁଡ଼ିକୁ ପ୍ରଶାସନ ସିଲ୍ କରିଛି ।
କଣ୍ଟେନମେଣ୍ଟ ଜୋନ୍ଗୁଡିକରେ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ପରାମର୍ଶ ଦେଇଛି ।
ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ କହିଛି ।
ଭଦ୍ରକ ଜିଲ୍ଲାରେ ପୂର୍ବରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।
ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ଚିକିତ୍ସାଧୀନ ଅଛନ୍ତି ।
ଲୋକାଲ ୱାୟାର
Leave a Reply