• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଭର୍ଚୁଆଲ୍ ମ୍ୟୁଜିୟମରେ ପରିଣତ ହେବ ରାଜ୍ୟ ସଂଗ୍ରହାଳୟ

ଭର୍ଚୁଆଲ୍ ମ୍ୟୁଜିୟମରେ ପରିଣତ ହେବ ରାଜ୍ୟ ସଂଗ୍ରହାଳୟ

December 29, 2020 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୯(ଲୋକାଲ ୱାୟାର): ଐତିହ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ସରକାର ରାଜ୍ୟ ସଂଗ୍ରହାଳୟକୁ ଭର୍ଚୁଆଲ୍ ସଂଗ୍ରହାଳୟରେ ପରିଣତ କରିବା କାମ ଆରମ୍ଭ କରିଛନ୍ତି ।

ମଙ୍ଗଳବାର ସଂଗ୍ରହାଳୟର ୬୩ ତମ ପ୍ରତିଷ୍ଠା ଦିବସରେ ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି । ରାଜ୍ୟ ସଂଗ୍ରହାଳୟର ପ୍ରତ୍ନତତ୍ତ୍ୱ ଗ୍ୟାଲେରୀରୁ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ପ୍ରତ୍ନତତ୍ତ୍ୱ ଗ୍ୟାଲେରୀ ସହ ବ୍ରୋଞ୍ଜ ଗ୍ୟାଲେରୀ ରହିଛି । ଏହାପରେ ବାକି ଗ୍ୟାଲେରୀ ସମେତ ଖୋଲିବାକୁ ଥିବା ୫ ଟି ନୂଆ ଗ୍ୟାଲେରୀକୁ ଭର୍ଚୁଆଲ୍ ମୋଡରେ ୨-୩ମାସ ମଧ୍ୟରେ ସାମିଲ କରାଯିବ ।

ବଡ଼ କଥା ହେଲା ଭର୍ଚୁଆଲ୍ ପରିଦର୍ଶନ କଲେ ଜଣେ ଦର୍ଶକ ପୂରା ଥ୍ରୀଡି ମଜା ପାଇବେ । ପ୍ରତ୍ନତତ୍ତ୍ୱ ଗ୍ୟାଲେରୀଟି ୩ଟି କୋଠରୀରେ ବିଭକ୍ତ । ଏହା ନାନାବିଧ କୀର୍ତ୍ତିରାଜିରେ ପରିପୁଷ୍ଟ ।

ସେହିପରି ବ୍ରୋଞ୍ଜ ଗ୍ୟାଲେରୀରେ ବହୁତ ପୁରୁଣା ମୂର୍ତ୍ତି ରହିଛି । ଆଜି ଏହାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଛନ୍ତି ।

ଆଗକୁ କଟକ ଆନନ୍ଦ ଭବନ ସମେତ ରାଜ୍ୟର ସମସ୍ତ ସଂଗ୍ରହାଳୟକୁ ଭର୍ଚୁଆଲରେ ପରିଣତ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।

ରାଜ୍ୟ ସଂଗ୍ରହାଳୟ ଅଧୀନରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ଉପବିଭାଗ ସମେତ ରାଜ୍ୟର ସମସ୍ତ ଜିଲ୍ଲା ସଂଗ୍ରହାଳୟଗୁଡ଼ିକ ପରିଚାଳିତ ହେଉଛି ।

କଟକ ଆନନ୍ଦ ଭବନ ସଂଗ୍ରହାଳୟ, କେନ୍ଦୁବିଲ୍ୱ ଜୟଦେବ ସଂଗ୍ରହାଳୟ ଏହା ମଧ୍ୟରେ ରହିଛି ।

ଏହାବାଦ୍ ମ୍ୟୁଜିୟମ ଲୋଗୋରେ ସ୍ଥାନିତ ଅଶୋକସ୍ତମ୍ଭ ଭଗ୍ନାବଶେଷର ଲୋକାର୍ପିତ ହେବ ।

ଖ୍ରୀଷ୍ଟାବ୍ଦ ପ୍ରଥମ/ଦ୍ୱିତୀୟରୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରାର ପ୍ରଦର୍ଶନୀ, ସଂଗ୍ରହାଳୟ ସମ୍ମୁଖ ଓ ଆଭ୍ୟନ୍ତରୀଣ ଫାଉଣ୍ଟେନର ଭର୍ଚୁଆଲ୍ ଉଦଘାଟନ ହେବ ।

ସଂଗ୍ରହାଳୟ କୋଠା ଏବଂ ଏହାର ପରିସର ଆଲୋକୀକରଣର ଉଦଘାଟନ କରାଯିବ । ଓଡ଼ିଶା ହିଷ୍ଟୋରିକାଲ୍ ରିସର୍ଚ୍ଚ ଜର୍ଣ୍ଣାଲ୍ ଏବଂ ‘ଇନସ୍କ୍ରିପସନ୍ସ ଅଫ୍ ଗଙ୍ଗସ୍ ଅଫ୍ ସ୍ୱେତକ’ ପୁସ୍ତକ ଉନ୍ମୋଚିତ ହେବ ।

ସଂଗ୍ରହାଳୟ ସୁପରିଚାଳନା ପାଇଁ ବି ଏକ ସ୍ୱତନ୍ତ୍ର ନିଦେ୍ର୍ଦଶାଳୟ ଓ ଏକ ସ୍ୱତନ୍ତ୍ର ନିଦେ୍ର୍ଦଶକ ପଦବି ସୃଷ୍ଟି ନିମନ୍ତେ ଅନୁମୋଦିତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବ ।

ଆଗକୁ ପ୍ରତି ସଂଗ୍ରହାଳୟର ଆୟ କିପରି ବୃଦ୍ଧି ପାଇବ ସେଥିପାଇଁ ପ୍ରୟାସ ଜାରି ରହିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ।

ଏହି ଅବସରରେ ବୌଦ୍ଧଧର୍ମ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଔରଙ୍ଗାବାଦ ସର୍କଲର ଏଏସଆଇ ସୁପରିଣ୍ଟେଣ୍ଡିଙ୍ଗ ଆର୍କୋଲୋଜିଷ୍ଟ ଡ. ମିଲନ୍ ଚାୱଲା ବୌଦ୍ଧଧର୍ମ ସମ୍ପର୍କରେ ବକ୍ତବ୍ୟ ରଖିଥଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ନିଦେ୍ର୍ଦଶକ ରଞ୍ଜନ କୁମାର ଦାସ ପୌରୋହିତ୍ୟ କରିଥିଲେ । ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସଂଗ୍ରହାଳୟ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସଂଗ୍ରହାଳୟ ତରଫରୁ ଫେସବୁକ୍ ଏବଂ ୟୁଟୁ୍ୟବରେ ସିଧା ପ୍ରସାରଣ ହୋଇଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire