ଭୁବନେଶ୍ୱର, ଜାନୁଆରୀ ୯(ଲୋକାଲ ୱାୟାର): ଦର୍ଶକ ମାନେ ଭର୍ଚୁଆଲ ଟୁରରେ ଭୁବନେଶ୍ୱରସ୍ଥିତ ଜନଜାତି ସଂଗ୍ରହାଳୟରେ ଓଡ଼ିଶାର ଜନଜାତିଙ୍କ କେଶବିନ୍ୟାସ ରବିବାର ଦେଖିବାକୁ ମିଳିବ ବୋଲି କହିଛନ୍ତି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିଦେ୍ର୍ଦଶକ ପ୍ରଫେସର ଅଖିଳ ବିହାରୀ ଓତା ।
ଓଡ଼ିଶାରେ ବସବାସ କରୁଥିବା ଜନଜାତିମାନେ ସୌନ୍ଦର୍ଯ୍ୟ ବଢ଼ାଇବାକୁ ବିଭିନ୍ନ ଶୈଳୀରେ କେଶବିନ୍ୟାସ କରିଥାନ୍ତି ।
ଡଙ୍ଗରିଆ କନ୍ଧ ଜନଜାତି ପୁରୁଷ ଓ ମହିଳାମାନେ ସେମାନଙ୍କର ଲମ୍ବା କେଶକୁ କ୍ଲିପ, ଫୁଲ ଓ ପିନ୍ ଦେଇ ସଜାଇଥାନ୍ତି ।
ଅନେକ ଗୁଡ଼ିଏ ପିନ ଦ୍ୱାରା ସେମାନେ ମୁଣ୍ଡରେ ପାରମ୍ପରିକ ଖୋସା ତିଆରି କରିଥାନ୍ତି । କଇଁଚି ଆକୃତିର ହେୟାରପିନ ‘ସିପନା’କୁ ସେମାନେ ସେମାନେ ମୁଣ୍ଡରେ ଖୋସା ସଜାଇବାରେ ବ୍ୟବହାର କରିଥାନ୍ତି ।
ଲାଞ୍ଜିଆ ସୌରା ଜନଜାତିମାନେ ବେକର ଉପର ଭାଗରେ ଚଟକା ଖୋସା ତିଆରି କରିଥାନ୍ତି । ଏହାକୁ ଦୁଇ କାନ ଦେଇ ଏକ ଚେନରେ ସୁରକ୍ଷିତ କରାଯାଇଥାଏ ।
ଏକ ଲମ୍ବା ମୁଣ୍ଡ ପିନ୍ ମଧ୍ୟ ବ୍ୟବହାର କରାଯାଏ । ଏହାକୁ ସେମାନେ କେଶର ଶୋଭାବର୍ଦ୍ଧନ ସହ ଆତ୍ମରକ୍ଷା ପାଇଁ ବ୍ୟବହାର ମଧ୍ୟ କରନ୍ତି । ସେମାନେ ଖୋସାରେ ପତ୍ରର ନଳ ବି ବ୍ୟବହାର କରନ୍ତି ।
ସାନ୍ତାଳମାନେ ରୂପା କାରୁକାର୍ଯ୍ୟ ହୋଇଥିବା ବଡ଼ ହେୟାରପିନ୍ ବ୍ୟବହାର କରିଥାନ୍ତି । ମୁଣ୍ଡର ପଛଭାଗରେ ଟାଇଟ ଭାବେ ବନ୍ଧା ହୋଇଥିବା ଖୋସାରେ ସେମାନେ ଏହି ପିନ୍ ବ୍ୟବହାର କରନ୍ତି ।
କୁଟିଆ କନ୍ଧ ମହିଳାମାନେ ସେମାନଙ୍କ କେଶକୁ ସୁନ୍ଦର ଭାବେ ସଜାଇବା ନିମନ୍ତେ ବିଭିନ୍ନ ପ୍ରକାର ଛୋଟ ଛୋଟ ହେୟାରପିନ୍, ପାନିଆ ଓ ଚେନ୍ ବ୍ୟବହାର କରିଥାନ୍ତି ।
ସେହିପରି ଦିଦାୟୀ ଜନଜାତିମାନେ ସେମାନଙ୍କ କେଶରେ ସୁନ୍ଦର ଖୋସା ଓ ନାକଚଣା ପିନ୍ଧି ନିଜ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତି ।
ଅନ୍ୟାନ୍ୟ ଜନଜାତି ଗୋଷ୍ଠୀ ଯଥା; ଖରିଆ, ପାଉଡ଼ିଭୂୟାଁ ଓ ଧରୁଆ ଜନଜାତିମାନେ ସେମାନଙ୍କ କେଶ ସଜାଇବା ନିମନ୍ତେ ବିଭିନ୍ନ ପ୍ରକାର ହେୟାର ପିନ୍ ବ୍ୟବହାର କରିଥାନ୍ତି ।
ଲୋକାଲ ୱାୟାର
Leave a Reply