ଭୁବନେଶ୍ୱର, ଡିେସେମ୍ବର ୧୬(ଲୋକାଲ ୱାୟାର): ପୁରୀର କୁନି ଝିଅ ବିଶ୍ୱରୂପା ପଟ୍ଟନାୟକ ଆଙ୍କୁ ଆଙ୍କୁ ଆଙ୍କି ଦେଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ଅନନ୍ୟ ରୂପ ।
ଯେଉଁଥିରେ ମହାପ୍ରଭୁ ଓ ମା’ ସାଆନ୍ତାଣୀ ବାଇଶି ପାବଚ୍ଛରେ ବସି ତିନିଯୁଗର ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଛନ୍ତି ।
ଏ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଅତି ସୁନ୍ଦର ହୋଇଥିବାରୁ ସମସ୍ତେ ଏହାକୁ ଶେୟାର, ଲାଇକ୍ ସହ କମେଣ୍ଟ ଦେବାକୁ ପଛାଇ ନାହାନ୍ତି ।
କୁନିକୁନି ହାତରେ ଜଣେ କୁନି ଚିତ୍ରଶିଳ୍ପୀର କଳା ଚାତୁରୀ ସମସ୍ତଙ୍କୁ ଆକର୍ଷିତ କରିଛି ।
ଲୋକାଲ ୱାୟାର
Leave a Reply