ଭୁବନେଶ୍ୱର, ନଭେମ୍ବର ୨୮(ଲୋକାଲ ୱାୟାର): ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ଗଣତନ୍ତ୍ର ବ୍ୟବସ୍ଥା ଉଧେଇ ନ ପାରିବା ସ୍ଥଳେ ଭାରତରେ ଏହା ବେଶ ସୁଦୃଢ଼ ହୋଇପାରିଛି ।
ଏଥି ନିମନ୍ତେ ଦେଶର ନ୍ୟାୟପାଳିକାଙ୍କୁ ଶ୍ରେୟ ଦିଆଯିବା ଉଚିତ୍ ବୋଲି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତୀ ଏ.ଏସ୍. ନାଇଡୁ କହିଛନ୍ତି ।
ଭାରତର ପଡ଼ୋଶୀ ଦେଶଗୁଡ଼କରେ ଗଣତନ୍ତ୍ର ପଦ୍ଧତି ବିଶେଷ ଆଦୃତ ହୋଇ ପାରି ନଥିଲା ବେଳେ ଆମ ଦେଶରେ ବିଚାର ବ୍ୟବସ୍ଥା ସୁଦୃଢ଼ ହୋଇଥିବାରୁ ଗଣତନ୍ତ୍ର ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇ ପାରିଛି ବୋଲି ସୋଆ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କର ଭର୍ଚୁଆଲ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଶୁକ୍ରବାର ଦିନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନ୍ୟାୟମୂର୍ତ୍ତି ଜଷ୍ଟିସ୍ ନାଇଡୁ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ ।
ନ୍ୟାୟମୂର୍ତ୍ତି ନାଇଡୁ ଭାରତରେ ନ୍ୟାୟପାଳିକା ବ୍ୟବସ୍ଥାର ଉକ୍ରର୍ଷତାକୁ ପ୍ରମାଣ କରିବାକୁ ଦୁଇ ଜଣ ବିଖ୍ୟାତ ଓକିଲ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଓ ଡଃ ରାଧା ବିନୋଦ ପାଲଙ୍କ ନାମ ଉଲ୍ଲେଖ କରିଥିଲେ ।
କୁଳପତି ପ୍ରଫେସର ମହାପାତ୍ର କହିଥିଲେ, ସୋଆ ନ୍ୟାସନାଲ୍ ଇନଷ୍ଟିଚୁ୍ୟସନାଲ୍ ର୍ୟାଙ୍କିଙ୍ଗ ଫ୍ରେମୱର୍କ (ଏନଆଇଆରଏଫ୍)ର ର୍ୟାଙ୍କିଙ୍ଗ ଅନୁଯାୟୀ ଦେଶର ୨୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ତାଲିକାରେ ସ୍ଥାନୀତ ହୋଇପାରିଛି ।
ଏହାଛଡ଼ା ନିକଟରେ କୁ୍ୟଏସ୍ ଏସିଆ ୟୁନିଭର୍ସିଟି ର୍ୟାଙ୍କିଙ୍ଗରେ ସୋଆ କୃତିତ୍ୱ ହାସଲ କରିପାରିଛି ।
ପ୍ରଫେସର ମହାପାତ୍ର ଆଇନ୍ ଶିକ୍ଷା ପ୍ରତି ଅନେକ ସଂଖ୍ୟାରେ ମେଧାବୀ ଛାତ୍ରଛାତ୍ରୀମାନେ ଆକୃଷ୍ଟ ହେଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ।
ଶିକ୍ଷାନୁଷ୍ଠାର ବରିଷ୍ଠ ପ୍ରଫେସର ଜୟଦେବ ପତି ଓ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ତଥା ଡିନ୍ ପ୍ରଫେସର ଏସ୍.ଏ.କେ. ଆଜାଦ୍ ମଧ୍ୟ ଉଦବୋଧନ ଦେଇଥିଲେ ।
ଲୋକାଲ ୱାୟାର
Leave a Reply