କଟକ, ଜାନୁଆରୀ ୭(ଲୋକାଲ ୱାୟାର): ଜାନୁଆରୀ ୮ (ବୁଧବାର) ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଯୋଗୁ ରାଜ୍ୟ ହାଇକୋର୍ଟର ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେବେନାହିଁ ବୋଲି ବାର୍ ଆସୋସିଏସନ୍ ସଭାପତି ଗୋପାଳକୃଷ୍ଣ ମହାନ୍ତି ମଙ୍ଗଳବାର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଭାରତ ବନ୍ଦ ଡାକରା ଯୋଗୁଁ ଆଇନଜୀବୀମାେନେ କୋର୍ଟ ଆସିବା ସମ୍ଭବ ହେବନାହିଁ ।
ତେଣୁ ବୁଧବାର କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟ ବାର୍ ପକ୍ଷରୁ ହାଇକୋର୍ଟ ରେଜିଷ୍ଟ୍ରିଙ୍କୁୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply