ଭୁବନେଶ୍ବର, ଜାନୁଆରୀ ୮ (ଲୋକାଲ ୱାୟାର): ଟ୍ରେଡ୍ ୟୁନିୟନର ଭାରତ ବନ୍ଦ ଯୋଗୁଁ ରାଜ୍ୟର ବିଭିନ୍ନ ଷ୍ଟେସନରେ ୬ଟି ଟ୍ରେନ ବୁଧବାର ସକାଳୁ ଅଟକି ରହିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଆଜି ସକାଳ ୬ଟା ୩୦ରେ ଛାଡ଼ିବାକୁ ଥିବା ଭଦ୍ରକ-ବ୍ରହ୍ମପୁର ପାସେଞ୍ଜର ଟ୍ରେନ ଭଦ୍ରକରେ ଅଟକି ରହିଥିବାବେଳେ ସେହି ୬ଟା ୩୦ରେ ଛାଡ଼ିବାକୁ ଥିବା କେନ୍ଦୁଝରଗଡ଼-ଭୁବନେଶ୍ବର ପାସେଞ୍ଜର ଟ୍ରେନ କେନ୍ଦୁଝରଗଡ଼ ଷ୍ଟେସନରେ ଅଟକି ରହିଛି।
ସେହିପରି ଭୁବନେଶ୍ବର-ବଲାଙ୍ଗିର ଇଣ୍ଟରସିଟି ଭୁବନେଶ୍ବରରେ ଏବଂ ହାଓ୍ବଡା-ୟଶଓ୍ବନ୍ତପୁର ଏକ୍ସପ୍ରେସ୍ ବ୍ରହ୍ମପୁର ଷ୍ଟେସରୁ ବାହାରିପାରିନାହିଁ।
ଏପଟେ ବ୍ରହ୍ମପୁର ଷ୍ଟେସନରେ ଇଚ୍ଛାପୁର-କଟକ ମେମୁ ଅଟକି ରହିଛି ଓ ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍ ଭୁବନେଶ୍ବରରୁ ଯାତ୍ରା ଆରମ୍ଭ କରିପାରିନାହିଁ।
ଲୋକାଲ ୱାୟାର
Leave a Reply