ଭୁବନେଶ୍ୱର, ଅଗଷ୍ଟ ୧୮ (ଲୋକାଲ ୱାୟାର) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କ କଟକ ମହୁମାଛି ଗଳିରେ ଥିବା ଘର ସମେତ ୫ଟି ସ୍ଥାନରେ ଚଢାଉ କରାଯାଉଥିବା ମଙ୍ଗଳବାର ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି ।
ଭୁବନେଶ୍ୱର ନ୍ୟୁ ଫରେଷ୍ଟ ପାର୍କରେ ଥିବା ୩ ମହଲା ଘର, ଭୀମପୁର ମୌଜା, ବାରଙ୍ଗ, ଦଧିପାଟଣାରେ ଥିବା ଘରେ ଚଢାଉ ଜାରି ରହିଛି ।
ଏହାସହ କେନ୍ଦ୍ରାପଡ଼ା ପାଟକୁରା ବଙ୍ଗାଲପୁରରେ ଥିବା ପୈତୃକ ସମ୍ପତ୍ତି ଓ ଶ୍ୱଶୁର ଘରେ ମଧ୍ୟ ରେଡ୍ ଚାଲିଛି ।
ଲୋକାଲ ୱାୟାର
Leave a Reply