ରାୟଗଡ଼ା, ସେପ୍ଟେମ୍ବର ୨୯ (ଲୋକାଲ ୱାୟାର) : ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ରାଜସ୍ୱ ସହକାରୀ ଅଧିକାରୀ ପ୍ରକାଶ କୁମାର ସାହୁ ମଙ୍ଗଳବାର ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ, ପ୍ରକାଶ କୁମାର ସାହୁ ବିଧାୟକ ପାଣ୍ଠିର କାର୍ଯ୍ୟାଦେଶ ପାଇଁ ଜିଲ୍ଲାର ଡଙ୍ଗଶାଲୀ ଅଞ୍ଚଳର ବିଳାସ ନାୟକଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଏନେଇ ବିଳାସ ଭିଜିଲାନ୍ସକୁ ଜଣାଇଥିଲେ । ଆଜି ପ୍ରକାଶ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିବା ସହ ଟଙ୍କା ଜବତ କରିଛି ।
ଲୋକାଲ ୱାୟାର
Leave a Reply