ନବରଙ୍ଗପୁର, ଅକ୍ଟୋବର ୧୪ (ଲୋକାଲ ୱାୟାର) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଅଫିସର ସିନିୟର ଆକାଉଣ୍ଟାଣ୍ଟଙ୍କ ଘର ସହ ୩ଟି ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
ଆକାଉଣ୍ଟାଣ୍ଟ ଅଶୋକ କୁମାର ନନ୍ଦଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଏକକାଳୀନ ଚଢାଉ ଜାରି ରଖିଛନ୍ତି ।
ଅଶୋକ ନନ୍ଦଙ୍କ ଇଚ୍ଛବତୀଗୁଡାସ୍ଥିତ ବାସଭବନ, ଭାଟିଶାଳଗୁଡ଼ା ଘର ଓ ସରକାରୀ କାର୍ଯ୍ୟାଳୟରେ ରେଡ୍ ହୋଇଛି ।
ଭିଜିଲାନ୍ସ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି ।
ଲୋକାଲ ୱାୟାର
Leave a Reply