କେନ୍ଦ୍ରାପଡ଼ା, ଜାନୁଆରୀ ୫ (ଲୋକାଲ ୱାୟାର): ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଡାଙ୍ଗମାଳ ଗାଁରୁ ବନ ଅଧିକାରୀମାନେ ସୋମବାର ୨ ଶିକାରୀଙ୍କୁ ଗିରଫ କରିବା ସହ ହରିଣ ଚମଡ଼ା ଜବତ କରିଛନ୍ତି ।
ଜେରା ବେଳେ ସେମାନେ ଗତ ସପ୍ତାହରେ ହେନ୍ତାଳ ଜଙ୍ଗଲରୁ ଚିତ୍ରା ହରିଣ ଶିକାର କରିଥିବା ସ୍ୱୀକାର କରିଛନ୍ତି ।
ବନ୍ୟପ୍ରାଣୀ ଆଇନ, ୧୯୭୨ର ଧାରା ୯, ୨୭, ୨୯ ଓ ୩୫ ଅନୁଯାୟୀ ଗିରଫ ଶିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଶିକାରରେ ସାମିଲ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢାଉ ଜାରି ରହିଛି ବୋଲି ଭିତରକନିକା ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି ।
ମଙ୍ଗଳବାର ଗିରଫ ଶିକାରୀମାନଙ୍କୁ ରାଜନଗର ଅଦାଲତରେ ହାଜର କରାଯାଇଥିଲା ।
ଅଦାଲତ ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର କରି ବିଚାର ଜେଲକୁ ପଠାଇ ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply