ଭୁବନେଶ୍ବର, ଫେବ୍ରୁଆରି ୨୦ (ଲୋକାଲ ୱାୟାର): ଭିତରକନିକାରେ ଜଳକ୍ରୀଡ଼ା ଓ କ୍ରୁଜ୍ ଟୁରିଜିମ୍ ଆରମ୍ଭ କରିବାକୁ ସରକାର ଯୋଜନା କରୁଥିବା ଗୁରୁବାର ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଏ ପ୍ରସଙ୍ଗରେ ଆଲୋଚନା ବେଳେ ବିଧାୟକମାନଙ୍କ ପ୍ରଶ୍ନ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏନେଇ କେରଳ ଇନଲ୍ୟାଣ୍ଡ ଡେଭେଲପମେଣ୍ଟ ଅଥରିଟିଙ୍କ ସହ ରାଜ୍ୟ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ଏବଂ ସଂପୃକ୍ତ ସଂସ୍ଥା ଭିତରକନିକାରେ ଏନେଇ ସର୍ବେକ୍ଷଣ କରୁଛି।
ଏସଂପର୍କିତ ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।
ଏହା ସହ ପଢନ୍ତୁ
ଫାଇଭ୍-ଟି ସଚିବଙ୍କ ଭିତରକନିକା ଗସ୍ତ, ଇକୋ-ଟୁରିଜିମର ବିକାଶ ନେଇ ଚର୍ଚ୍ଚା
ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ଭିତରକନିକା ଚିହ୍ନଟ: ନିଷ୍ପତ୍ତିକୁ ପ୍ରଶଂସା
ପ୍ରତି ଶନିବାର ଭିତରକନିକା, ରବିବାର ସାତକୋଶିଆ ଚାଲନ୍ତୁ
ଭିତରକନିକାରେ ବଢ଼ିଛନ୍ତି ୪୧ ପ୍ରଜାତିର ୯୨୬୭ ପକ୍ଷୀ
—-
ଏ ସଂପର୍କିତ ଆଲୋଚନା ବେଳେ ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଭିତରକନିକାରେ କ୍ରୁଜ୍ ଟୁରିଜିମ୍ ଆରମ୍ଭ କରିବାକୁ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ।
ବିଧାୟକ ଶଶିଭୂଷଣ ବେହେରା କହିଥିଲେ ଯେ, କେରଳଠାରୁ ଓଡ଼ିଶା ଏଦିଗରେ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିବ।
ଲୋକାଲ୍ ଓ୍ବାୟାର୍
Leave a Reply