କେନ୍ଦ୍ରାପଡ଼ା, ଡିସେମ୍ବର ୨ (ଲୋକାଲ ୱାୟାର): ଗତବର୍ଷ ତୁଳନାରେ ଭିତରକନିକା ଓ ଆଖପାଖ ଅଞ୍ଚଳରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଇଛି ।
ତେବେ ଚିତ୍ରା ହରିଣ, ମାଛରଙ୍କା ବିରାଡି, ଝିଙ୍କ ଓ ଓଧଙ୍କ ସଂଖ୍ୟା ସାମାନ୍ୟ ବଢିଛି ।
୨୦୧୯ରେ ଭିତରକନିକା ଜାତୀୟ ଉଦ୍ୟାନରେ ୮୧୦୫ ସ୍ତନ୍ୟପାୟୀ ପ୍ରାଣୀ ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୭୯୦୪ ବୋଲି ଗଣନାରୁ ଜଣାପଡ଼ିଛି ।
ଚଳିତ ବର୍ଷ ୩୧୧୮ ଚିତ୍ରା ହରିଣ, ୪୪ ମାଛରଙ୍କା ବିରାଡ଼ି, ୨୩ ଝିଙ୍କ ଓ ୧୪୪ ଓଧ ଗଣନା ହୋଇଛନ୍ତି ।
ଏହାବ୍ୟତୀତ ୧୮୧୧ ବାରହା, ୪ ସମ୍ବର, ୨୨୫୦ ପାତି ମାଙ୍କଡ, ୬୧ ମାଙ୍କଡ, ୩୬୬ ବିଲୁଆ, ୧୦ ହେଟାବାଘ, ୨୪ ନେଉଳ, ୧୦ କୋକିଶିଆଳୀ, ୨ ଚିତାବିରାଡ଼ି, ୧୩ ଶାଳିଆପତନୀ ଓ ୭ ଠେକୁଆ ଥିବା ଗଣନାରୁ ଜଣାପଡ଼ିଛି ବୋଲି ଭିତରକନିକା ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି ।
ଭିତରକନିକାର ୫୦ଟି ଫରେଷ୍ଟ ବିଟରେ ସ୍ତନ୍ୟପାୟୀ ପ୍ରାଣୀ ଗଣନା ହୋଇଥିଲା ।
ଜାତୀୟ ଉଦ୍ୟାନରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ସଂଖ୍ୟା ଆକଳନ ପାଇଁ ୨୦୧୪ରେ ଗଣନା ଆରମ୍ଭ ହୋଇଥିଲା ।
ଲୋକାଲ ୱାୟାର
Leave a Reply