ଭୁବନେଶ୍ୱର, ଫେବ୍ରୁଆରୀ ୧୨(ଲୋକାଲ ୱାୟାର): ଭିତରକନିକା ଇକୋ ରିଟ୍ରିଟରେ ପୂରା ପରିବାର ସହ ଛୁଟି କାଟୁଛନ୍ତି ଓଲିଉଡର ଜଣାଶୁଣା ଓ ପରିଚିତ ଅଭିନେତା ଓ ନିର୍ଦେଶକ ଶ୍ରୀତମ୍ ଦାସ ।
ପତ୍ନୀ ଏବଂ ଝିଅଙ୍କ ସହିତ ସେ ଭିତରକନିକା ବୁଲୁଥିବାର କିଛି ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଶ୍ରୀତମ୍ ଏହି ସୂଚନା ଦେଇଛନ୍ତି ।
ସେହି ଭିତରେ ବି ଦୁଇ ଦୁଇଟି ସିନେମାର ସୁଟିଂ ଜାରି ରଖିଛନ୍ତି । ‘କିଏ ହେବ ମୋ ହିରୋଇନ୍’ରେ ଶ୍ରୀତମ୍ ଏକ କିନ୍ନର ଭୂମିକାରେ ଅଭିନୟ କରୁଥିଲା ବେଳେ ‘ମହାବାହୁ’ରେ ନିଦେ୍ର୍ଦଶନା ଦେଉଛନ୍ତି ।
ଏହାବାଦ୍ ତାଙ୍କର ଆଉ କିଛି ସିନେମା ବି ଚାଲିଛି । ତା’ସହିତ ସମାନ୍ତରାଳ ଭାବେ କଟକ ଗଳିକନ୍ଦିରେ ସମାଜସେବା ବି ଚଳାଇଛନ୍ତି । ଯୁବପିଢ଼ିଙ୍କୁ ଏକାଠି ସମାଜ ମଙ୍ଗଳ କାର୍ଯ୍ୟରେ ବ୍ୟସ୍ତ ଏହି ଅଭିନେତା ।
ଲୋକାଲ ୱାୟାର
Leave a Reply