କେନ୍ଦ୍ରାପଡ଼ା, ଜାନୁଆରୀ ୭ (ଲୋକାଲ ୱାୟାର): ଚଳିତ ବର୍ଷର ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ ଭିତରକନିକା ଜାତୀୟ ଉଦ୍ୟାନକୁ ୧୨୧ ପ୍ରଜାତିର ୧,୩୬,୦୯୨ ବିଦେଶୀ ପକ୍ଷୀ ଆସିଛନ୍ତି ।
ଗତବର୍ଷ ଏହି ସଂଖ୍ୟା ୧,୧୮,୩୨୬ ଥିଲା ।
ଜାନୁୟାରୀ ୬ରେ ବାର୍ଷିକ ପକ୍ଷୀ ଗଣନା ହୋଇଥିଲା ।
ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଫଳରେ ଅଧିକ ଖୋଲା ସ୍ଥାନ ଉପଲବ୍ଧ ହୋଇଥିବାରୁ ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି ।
୭୦ ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ସଂଗଠନର କର୍ମକର୍ତ୍ତା, ବନ ଅଧିକାରୀମାନଙ୍କୁ ନେଇ ଗଠିତ ୧୬ଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ହୋଇଥିଲେ ବୋଲି ଭିତରକନିକା ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି ।
ପକ୍ଷୀ ଗଣନା ବେଳେ ବ୍ଲାକ ହେଡେଡ ଗଲ, ବ୍ଲାକ ୱିଙ୍ଗଡ ଷ୍ଟିଲ୍ଟ, ଆଭୋକେଟ, ୟେଲୋ ଲପିଙ୍ଗ, ସ୍ପୁନବିଲ, ଲାର୍ଡ ହ୍ୱିସଲିଂ ଡକ, ବେୟାର ହେଡେଡ ଗୁଜ, ଗଡୱିଟ, ମାର୍ସ ସ୍ୟାଣ୍ଡ ପାଇପର ଭଳି ୧୨୧ ପ୍ରଜାତିର ପକ୍ଷୀ ଭିତରକନିକାରେ ଠାବ କରାଯାଇଥିଲା ।
ଲୋକାଲ ୱାୟାର
Leave a Reply