କେନ୍ଦ୍ରାପଡ଼ା, ଜାନୁଆରୀ ୭(ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ୪୧ ପ୍ରଜାତିର ୯୨୬୭ଟି ବିଦେଶାଗତ ପକ୍ଷୀ ଅଧିକ ଆସିଥିବା ପକ୍ଷୀ ଗତ ୬ ତାରିଖରେ ହୋଇଥିବା ଗଣନାରୁ ଜଣାପଡ଼ିଛି ବୋଲି କହିଛନ୍ତି ରାଜନଗର ଡିଏଫଓ ବିକାଶ ରଞ୍ଜନ ଦାଶ ।
ଗତବର୍ଷ ଭିତରକନିକାକୁ ୭୪ଟି ପ୍ରଜାତିର ୧ ଲକ୍ଷ ୯ ହଜାର ୦୫୯ ବିଦେଶୀ ପକ୍ଷୀ ଆସିଥିବା ବେଳେ ଏ ବର୍ଷ ଆସିଛନ୍ତି ୧୧୫ ପ୍ରଜାତିର ୧ ଲକ୍ଷ ୧୮ ହଜାର ୩୨୬ ପକ୍ଷୀ ।
ତେବେ ଖୁସିର କଥା ଯେ, ବିଗତ ୫ ବର୍ଷ ଧରି ଭିତରକନିକାକୁ ଆସୁନଥିବା କମନପୋଚାର୍ଡ ପକ୍ଷୀ ଏ ବର୍ଷ ୧୧ଟି ଚିହ୍ନଟ ହୋଇଛି ।
ଉଲ୍ଳେଖଯୋଗ୍ୟ, ପକ୍ଷୀ ବିଶାରଦ ଡଃ. ଏସ୍ ବାଲଚନ୍ଦ୍ରନ, ସୁନିଲ ଦତ୍ତ, ଡଃ. ଶିବ ପରିଡା, ଡଃ. ବିଶ୍ୱଜିତ ମହାନ୍ତି, ମାଇକେଲ୍ ପିଟରଙ୍କ ନେତୃତ୍ୱରେ ୫୮ ଜଣ ଗଣନାରେ ସାମିଲ ହୋଇଥିଲେ ।
ଭିତରକନିକା ଅଭୟାରଣ୍ୟରେ ୯ଟି ଓ ମହାନଦୀ ଡେଲଟା ଅଞ୍ଚଳରେ ୭ଟି ଟିମ୍ ନିୟୋଜିତ ଥିଲେ ।
ଲୋକାଲ ୱାୟାର
Leave a Reply