ଭୁବନେଶ୍ୱର,ଡିସେମ୍ବର ୨୪(ଲୋକାଲ ୱାୟାର): ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ମୁଖ୍ୟମନ୍ତ୍ରୀ ଭିତରକନକିାର ‘ଅରଣ୍ୟ ନିବାସ’କୁ ଲୋକାର୍ପିତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଯନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ବିଭାଗ ନିଦେ୍ର୍ଦଶକ ସଚିନ ଆର ଯାଦବ, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ମହିଳ, ଶିଶୁ ବିକାଶ ଓ ସଶକ୍ତିକରଣ ବିଭାଗ ଉପଦେଷ୍ଟା ସୁଲୋଚନା ଦାସ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା, ପ୍ରମୁଖ ଉପସ୍ଥିତ ଥିଲେ ।
ଭିତରକନିକା ଅରଣ୍ୟ ନିବାସରେ ରାତ୍ରୀଯାପନ କରିବାକୁ ଚାହୁଁଥିବା ଲୋକମାନେ http://www.panthanivas.com/ ରେ ବୁକିଂ କରିପାରିବେ ।
ଏବେ ଏହି ଅରଣ୍ୟ ନିବାସରେ ମୋଟ ୧୨ଟି ରୁମର ବ୍ୟବସ୍ଥା ରହିଛି । ଏଥିସହ ଥିବା ରେଷ୍ଟୁରାଣ୍ଟରେ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ମଧ୍ୟ ମିଳିପାରିବ ।
ଲୋକାଲ ୱାୟାର
Leave a Reply