• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଭିତରକନିକା ଇକୋ-ରିଟ୍ରିକ କ୍ୟାମ୍ପକୁ ପରିବେଶବିତଙ୍କ ବିରୋଧ

ଭିତରକନିକା ଇକୋ-ରିଟ୍ରିକ କ୍ୟାମ୍ପକୁ ପରିବେଶବିତଙ୍କ ବିରୋଧ

December 8, 2020 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଡିସେମ୍ବର ୮ (ଲୋକାଲ ୱାୟାର): ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ପର୍ଯ୍ୟଟନ ବିଭାଗର ଇକୋ-ରିଟ୍ରିଟ କ୍ୟାମ୍ପକୁ ବିରୋଧ କରିଛନ୍ତି ପରିବେଶବିତ ।

ନଳିତାପଟିଆ ନଦୀ କୂଳରେ କ୍ୟାମ୍ପ ହେବା ଯୋଗୁଁ ଲୁଣିପାଣି କୁମ୍ଭୀର ଓ ଅନ୍ୟ ପ୍ରାଣୀଙ୍କ ବସତି ବିପନ୍ନ ହେବ ବୋଲି ଅଭିଯୋଗ ହୋଇଛି ।

ରାଜ୍ୟ ପର୍ଯ୍ୟଟନ ବିଭାଗ ଭିତରକନିକା ଜାତୀୟ ଉଦ୍ୟାନରେ ଡିସେମ୍ବର ୯ରୁ ଫେବ୍ରୁଆରୀ ୨୮ ଯାଏଁ ୧୧ ସପ୍ତାହ ବ୍ୟାପି ଇକୋ-ରିଟ୍ରିଟ ଉତ୍ସବ ଆୟୋଜନ କରିବେ ।

ଭିତରକନିକା ଏକ ରାମସାର ସାଇଟ ହୋଇଥିବାରୁ ଏଠାରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ବାସ କରନ୍ତି । ଶୀତଦିନେ ବହୁ ବିଦେଶୀ ପକ୍ଷୀ ଏଠାକୁ ଆସିଥାନ୍ତି ।

କ୍ୟାମ୍ପ ହେବା ଦ୍ୱାରା ଜଙ୍ଗଲ ଓ ଆର୍ଦ୍ରଭୂମି ସଙ୍କୁଚିତ ହେବା ସହ ବନ୍ୟପ୍ରାଣୀଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ୱାଇଲଡ ଲାଇଫ ସୋସାଇଟି ଅଫ ଓଡ଼ିଶାର ସମ୍ପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି ।

ବେସରକାରୀ ଟୁର୍ ଅପରେଟରମାନଙ୍କ ଦ୍ୱାରା ପରିଚାଳିତ ୨୦ରୁ ଅଧିକ ଟେଣ୍ଟ ଜାତୀୟ ଉଦ୍ୟାନ ନିକଟରେ ରହିଛି ।

ସେଠାରେ ରାତ୍ର ରହଣୀ ଓ ବୋଟ ଭ୍ରମଣ ପାଇଁ ୨ରୁ ୪ ହଜାର ଟଙ୍କା ଦେବାକୁ ପଡୁଥିବା ବେଳେ ପର୍ଯ୍ୟଟନ ବିଭାଗର ଇକୋ-ରିଟ୍ରିଟ କ୍ୟାମ୍ପରେ ରାତ୍ର ରହଣୀ ପାଇଁ ପର୍ଯ୍ୟଟକଙ୍କୁ ୯ ହଜାର ଟଙ୍କା ଦେବାକୁ ପଡ଼ିବ ।

ପରିବେଶ ପର୍ଯ୍ୟଟନ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଅର୍ଥନୀତି ସୁଦୃଢ଼ ହେଉଛି ।

ହେଲେ ଇକୋ-ରିଟ୍ରିଟ କ୍ୟାମ୍ପରେ ବଡ଼ ବ୍ୟବସାୟୀ ଓ ଇଭେଣ୍ଟ ଅର୍ଗାନାଇଜରଙ୍କୁ ସୁଯୋଗ ଦିଆ ଯାଉଥିବାରୁ ସ୍ଥାନୀୟ ଲୋକେ କୌଣସି ସୁଫଳ ପାଉନାହାନ୍ତି ବୋଲି ଭିତରକନିକାର ଟୁର ଅପରେଟର ପ୍ରଦୀପ ଦାସ କହିଛନ୍ତି ।

ଅଭୟାରଣ୍ୟରେ ସ୍ଥାପିତ ହୋଇଥିବା ଇକୋ-ରିଟ୍ରିଟ କ୍ୟାମ୍ପ ଭିତରକନିକାରେ ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।

ଆଖପାଖ ଗ୍ରାମବାସୀ ହେନ୍ତାଳ ବଣ ପ୍ରଦର୍ଶିତ କରିବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଆତିଥେୟତା ପ୍ରଦାନ କରି ରୋଜଗାର କରିପାରିବେ ।

ପର୍ଯ୍ୟଟକମାନଙ୍କୁ କବାଟ ନଥିବା ଗାଁ ଶିଆଳିଆ, ହୁକିତୋଲା ଦ୍ୱୀପରେ ଥିବା ହୁକିତୋଲା ପୋଠା, ୧୫୦ ବର୍ଷ ହେଲା ବୁଡି ରହିଥିବା ଜାହାଜ, ପେଣ୍ଠ ବେଳାଭୂମି, ସାତଭାୟା ଓ ମଦାଲି ବୁଲି ପାରିବେ ବୋଲି ଭିତରକନିକା ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire