ସମ୍ବଲପୁର, ଜାନୁଆରୀ ୨ (ଲୋକାଲ ୱାୟାର) : ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ଯାତାୟାତରେ ସୁବିଧା ପାଇଁ ଜି ଏମ ବିଶ୍ୱବିଦ୍ୟାଳୟରେ ରେମ୍ପ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି।

ଏଥିପାଇଁ କେନ୍ଦ୍ରୀୟ ପୂର୍ତ୍ତ ବିଭାଗ ପକ୍ଷରୁ ଡିଜାଇନ ପ୍ରସ୍ତୁତ କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟର ଉପକୁଳସଚିବ ଉମାଚରଣ ପତି କହିଛନ୍ତି । ଏଲଜି-୧ ସାମ୍ନାରେ ଏହି ରେମ୍ପ ତିଆରି କରାଯିବ ।

ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ପଢିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଓ ଆସୁଛନ୍ତି । ସେମାନେ ଉପର ମହଲାରେ ଥିବା ବିଭାଗ ଗୁଡିକୁ ଅଧ୍ୟୟନ ପାଇଁ ଯିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେମାନଙ୍କୁ ଛାଡିବା ପାଇଁ ଆସୁଥିବା ଅଭିଭାବକ ମାନେ ମଧ୍ୟ ସେମାନଙ୍କୁ ଟେକି କରି ନେଇ ଛାଡିବାରେ ବହୁ ହଇରାଣ ହେଉଛନ୍ତି ।

ତେଣୁ, ସେମାନଙ୍କ ପଢିବା କିଭଳି ସହଜ ହୋଇପାରିବ ସେଥିପାଇଁ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବା ପାଇଁ ସମସ୍ତେ ଯତ୍ନବାନ ହେବ। ଉଚିତ ବୋଲି ଉପକୁଳସଚିବ କହିଛନ୍ତି ।