ବୁର୍ଲା (ସମ୍ବଲପୁର) ଫେବୃଆରୀ ୯ (ଲୋକାଲ ୱାୟାର) ନିଜର ଚିକିତ୍ସା ପଦ୍ଧତି ଯୋଗୁଁ ଚର୍ଚାରେ ରହିଥିବା ବୀର ସୁରେନ୍ଦ୍ର ସାଏ ମେଡିକାଲ୍ ସାଇନ୍ସ ଏବଂ ରିସର୍ଚ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଶ୍ଵିନୀ ପୂଜାହାରୀ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି।
ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳ ଗଣେଷ ଲାଲ ଙ୍କ ପାଖକୁ ପଠାଇଥିବା ଶନିବାର ଜଣେ ଅଧିକାରୀ କହିଛନ୍ତି।
ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ର ଉତ୍ତର ପଠାଯାଇଥିଲେ ମଧ୍ୟ କୌଣସି ଉତ୍ତର ନ ମିଳିବାରୁ ସେ ଏହି ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଥିବା କହିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଭିମସାରର ପ୍ରାୟ ୨୪୦ ସ୍ନାତକ ମେଡିକାଲ ଛାତ୍ର ଏବଂ ୧୫୦ ହାଉସ ସର୍ଜନ ପୂଜାହାରୀଙ୍କ ବହିଷ୍କାର ଦାବି କରି ଦୀର୍ଘଦିନ ଧରି ଆନ୍ଦୋଳନ କରିଥିଲେ।
ପୂଜାହାରୀ ଚିକିତ୍ସା ସମୟରେ ରୋଗୀଙ୍କ ଉପରେ ନିୟମ ବହିର୍ଭୂତ ପରୀକ୍ଷା ନିରୀକ୍ଷା ଚଳାଇଥିବା ସେମାନେ କରିଥିବା ଅଭିଯୋଗ କରିଥିଲେ।
ପରେ ଅସ୍ତ୍ରୋପଚାର ସମୟରେ ଜଣେ ରୋଗୀର ପେଟରେ ଡାକ୍ତର ମାନେ ଖାଇବା ଲୁଣ ଢାଳୁଥିବା ଭିଡ଼ିଓ ସୋସିଆଲ ମେଡିଆରେ ଭାଇରାଲ ହୋଇଥିଲା।
ସରକାର ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ ଓ ଏହି ଭିଡିଓ ର ସତ୍ୟତା ଜଣା ପଡିବ ପରେ ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।
ସୂଚନା ଯୋଗ୍ୟ ଯେ ହାଉସ ସର୍ଜନ ମାନେ ପୂଜାହାରୀଙ୍କୁ ବିରୋଧ କରିଥିବା ବେଳେ, ତାଙ୍କ ସମର୍ଥନରେ କେତେକ ସ୍ଥାନୀୟ ଲୋକ ବାହାରିଥିଲେ।
ଲୋକାଲ ୱାୟାର
Leave a Reply