ଭୁବନେଶ୍ୱର, ଜୁନ୍ ୩୦ (ଲୋକାଲ ୱାୟାର) : କରୋନା ମହାମାରୀ ପାଇଁ ଏବେ ସ୍କୁଲ ଓ କଲେଜ ବନ୍ଦ ଥିବାବେଳେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ ସେଥି ନିମନ୍ତେ ଭିଡିଓ ରେକର୍ଡିଂ ମାଧ୍ୟମରେ ସେମାନଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଛି ବୋଲି ମଙ୍ଗଳବାର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ବିଜ୍ଞାନର ଗଣିତ, ଫିଜିକ୍ସ, କେମେଷ୍ଟ୍ରି ଓ ବାୟୋଲଜି ବିଷୟର ଭିଡିଓ ରେକର୍ଡିଂ ହେବ।
ବାଣିଜ୍ୟ ବିଭାଗର ଆକାଉଣ୍ଟାନ୍ସି ଓ ବିଜନେସ୍ ମ୍ୟାଥମେଟିକ୍ସର ମଧ୍ୟ ଭିଡିଓ କରାଯିବ ।
ଅଧ୍ୟାପକଙ୍କ ଦ୍ୱାରା ଏସବୁ ବିଷୟର ଭିଡିଓ ରେକର୍ଡିଂ ହେବ।
ଭିଡିଓ ରେକର୍ଡିଂ ପରେ ଦୀକ୍ଷା ଭଳି ବିଭିନ୍ନ ପୋର୍ଟାଲରେ ଅପଲୋଡ୍ କରାଯିବ।
ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଶିକ୍ଷକଙ୍କୁ ନେଇ ଏହି ଭିଡିଓ ସୁଟିଂ କରାଯିବ ।
ଭିଡିଓ ସୁଟିଂ ପୂର୍ବରୁ ଅଧ୍ୟାପକଙ୍କୁ ଜୁଲାଇ ୧ ଓ ୨ ତାରିଖ ତାଲିମ୍ ଦିଆଯିବ।
ଲୋକାଲ ୱାୟାର
Leave a Reply