ଭୁବନେଶ୍ବର, ଡିସେମ୍ବର ୧୮ (ଲୋକାଲ ୱାୟାର) ଭୀମସାର ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଥିପାଇଁ ଇଂଜିନିୟରିଂ, ଟେକ୍ନୋଲୋଜି, ଆର୍କିଟେକରେ ସ୍ନାତକ ଓ ସ୍ନାତ୍ତକୋତର ପ୍ରାର୍ଥୀଙ୍କୁ ଆବେଦନ ପାଇଁ କୁହାଯାଇଛି ।
ତେବେ ଉପରୋକ୍ତ ପ୍ରାର୍ଥୀମାନେ ନେଟ ପରୀକ୍ଷାରେ ଶତକଡା ୫୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ ।
ଏହି ନିଯୁକ୍ତି ପାଇଁ ଆସନ୍ତା ୪ ତାରିଖ ସକାଳ ୯ଟାରେ ବିଶ୍ୱବିଦ୍ୟାଳୟ ପରିସରରେ ସାକ୍ଷାତକାର କରାଯିବ ବୋଲି ବିଜ୍ଞପ୍ତିରେ ଜଣାଇ ଦିଆଯାଇଛି ।
ତେବେ ଆବେଦନ ଦେୟ ସାଧାରଣ ବର୍ଗଙ୍କ ପାଇଁ ୨୦୦ ଟଙ୍କା ଓ ଅନୁସୂଚିତ ଜାତି ତଥା ଜନଜାତିଙ୍କ ପାଇଁ ୧୦୦ ଟଙ୍କା ରହିଛି ।
ଲୋକାଲ ୱାୟାର
Leave a Reply