ଭୁବନେଶ୍ବର, ଡିସେମ୍ବର ୩ (ଲୋକାଲ ୱାୟାର): ଭୁବନେଶ୍ବରସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ପ୍ରଥମ କରି ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ (ଆର୍.ଡି.ଏ.) ଗଠିତ ହୋଇଛି।
ଗତକାଲି ପ୍ରଥମ କରି ସଂଘର ୪୦୯ ଜଣ ସଦସ୍ୟ ଏହାର କାର୍ଯ୍ୟକାରୀ କମିଟି ଗଠନ କରିଛନ୍ତି।
କାର୍ଯ୍ୟକାରୀ କମିଟି ପାଇଁ ହୋଇଥିବା ଭୋଟିଂ ଅନୁସାରେ, ଡାକ୍ତର ଦିବ୍ୟସୁନ୍ଦର ମହନ୍ତ ଆର୍.ଡି.ଏ.ର ସଭାପତି ନିର୍ବାଚିତ ହୋଇଥିବାବେଳେ ଡାକ୍ତର ଜ୍ଞାନେନ୍ଦ୍ର ଏସ୍. ମହାପାତ୍ର ଉପସଭାପତି, ଡାକ୍ତର ସଂଦୀପ ଅଭିଜିତ ପଟ୍ଟନାୟକ ସାଧାରଣ ସଂପାଦକ ଓ ଡାକ୍ତର ସମୀର ଶେଖର ପାତ୍ର ମୁଖ୍ୟ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
ଭୁବନେଶ୍ବର ଏମ୍ସର ଡିନ୍ ଡାକ୍ତର ଏସ୍.ସି. ମହାପାତ୍ର, ମେଡିକାଲ ଅଧୀକ୍ଷକ ଡାକ୍ତର ଏସ୍.ଏନ୍. ମହାପାତ୍ର ଓ ଡାଇରେକ୍ଟର ଅଫ୍ ଆଡମିନିଷ୍ଟ୍ରେସନ୍ ପି.କେ. ରାୟଙ୍କ ଉପସ୍ଥିତିରେ ସମସ୍ତ ନିର୍ବାଚିତ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି।
ଲୋକାଲ ୱାୟାର
Leave a Reply