ଭୁବନେଶ୍ୱର, ଡିସେମ୍ବର ୧୮(ଲୋକାଲ ୱାୟାର): ପର୍ଯ୍ୟଟନ, ଆଇଟି ଏବଂ କ୍ରୀଡ଼ା; ସବୁକ୍ଷେତ୍ରରେ ଏବେ ଓଡ଼ିଶା ବହୁ ଆଗରେ ।
ତେଣୁ ଭୁବନେଶ୍ୱରକୁ ଅଧିକ ଆନ୍ତର୍ଜାତିକ ବିମାନ ଚଳାଚଳ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କେନ୍ଦ୍ର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଛନ୍ତି, ବର୍ତ୍ତମାନ ରାଜ୍ୟକୁ ବହୁସଂଖ୍ୟାରେ ଘରୋଇ ବିମାନ ଚଳାଚଳ କରୁଛି । କିନ୍ତୁ ଗୋଟିଏ ମାତ୍ର ଆନ୍ତର୍ଜାତିକ ବିମାନ ଭୁବନେଶ୍ୱରକୁ ସିଧାସଳଖ ଚଳାଚଳ କରୁଛି । ଏହା ପର୍ଯ୍ୟାପ୍ତ ନୁହେଁ ।
ଓଡ଼ିଶାର ଯୁବଗୋଷ୍ଠୀ ଦେଶ ବିଦେଶର ଆଇଟି, ବିଭିନ୍ନ ସାମଗ୍ରୀ ନିର୍ମାଣ କମ୍ପାନି, ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ବିଭିନ୍ନ କମ୍ପାନିରେ କାମ କରୁଛନ୍ତି ।
ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ବେଶ୍ ଆକର୍ଷଣୀୟ । ଚିଲିକା, ଶିମିଳିପାଳ, ଭିତରକନିକା, ସାତକୋଶିଆ ସମେତ ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଆନ୍ତର୍ଜାତିକ ବୁଦ୍ଧିଷ୍ଟ ସର୍କିଟରେ ମଧ୍ୟ ଓଡ଼ିଶା ରହିଛି ।
ସର୍ବାଧିକ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଏବେ ଦେଶରେ ତୃତୀୟ ।
ନବୀନ ଲେଖିଛନ୍ତି, ଏତେ ସବୁ ଭିତ୍ତିଭୂମି ଓ ସୁବିଧା ସୁଯୋଗ ଥିବାବେଳେ ରାଜ୍ୟକୁ ଅଧିକ ଆନ୍ତର୍ଜାତିକ ବିମାନ ସେବା ଯୋଡ଼ି ହେବା ଆବଶ୍ୟକ ।
ପ୍ରମୁଖ ଏୟାରଲାଇନ୍ସ କମ୍ପାନିର ସିଇଓଙ୍କ ସହ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅଧିକାରୀମାନେ ଥରେ ଓଡ଼ିଶା ଆସି ବୁଲିବା ସହ ଅଧିକ ଆନ୍ତର୍ଜାତିକ ବିମାନ ଉଡ଼ାଣର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଲୋକାଲ ୱାୟାର
Leave a Reply