ଭୁବନେଶ୍ୱର, ଅଗଷ୍ଟ ୧୫ (ଲୋକାଲ ୱାୟାର) : ରାଜଧାନୀ ଭୁବନେଶ୍ୱରରେ କରୋନା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଥିବା ବେଳେ ଶନିବାର ଆଉ ୨୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍ସି ଟ୍ୱିଟ୍ କରି କହିଛି ।
୨୭୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୬ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୧୮୧ ଜଣ କ୍ୱାରେଣ୍ଟାଇନ୍ରେ ଥାଇ ଅନ୍ୟ ପଜିଟିଭଙ୍କ ସଂସ୍ପର୍ଶରେ ଆକ୍ରାନ୍ତ ହୋଇଛନ୍ତି ।
ଏହାସହ ଶନିବାର ୧୩୩ ଜଣ ସୁସ୍ଥ ହୋଇଛନ୍ତି ।ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ମୋଟ ୫ ହଜାର ୧୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୨୫୧ ଜଣ ସୁସ୍ଥ ହୋଇଛନ୍ତି ।
୧ ହଜାର ୮୩୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୨୩ ଜଣଙ୍କ ମୃତ୍ୟୁ ହୋଇଛି ।
ଲୋକାଲ ୱାୟାର
Leave a Reply