ଭୁବନେଶ୍ୱର, ଅକ୍ଟୋବର ୯ (ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ପୁଣି ୩୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨୬ ଜଣ ସୁସ୍ଥ ହୋଇଥିବା ବିଏମସି କହିଛି ।
ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୨୪ ହଜାର ୮୫୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୧ ହଜାର ୨୧୪ ଜଣ ସୁସ୍ଥ ହୋଇଛନ୍ତି ।
୧୦୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୫୦୭ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି ।
ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୮୪ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ।
ସେମାନଙ୍କ ମଧ୍ୟରେ ୟୁନିଟ-୯ରୁ ୪ ଜଣ, ଜୟଦେବ ବିହାରରୁ ୩ ଜଣ, ପଳାଶୁଣୀରୁ ୬ ଜଣ, ବରମୁଣ୍ଡା, ପଟିଆ, ଶୈଳଶ୍ରୀ ବିହାରରୁ ଜଣେ ଲେଖାଏଁ,ଓ ଝାରପଡା,ଆଇଗିଣିଆରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ୨୩୨ ଜଣଙ୍କ ମଞ୍ଚେଶ୍ୱରରୁ ୪ ଜଣ, ଆଚାର୍ଯ୍ୟ ବିହାରରୁ ୭ ଜଣ, ବରମୁଣ୍ଡାରୁ ୧୫ ଜଣ, ପଟିଆରୁ ୧୨ ଜଣ, ଚନ୍ଦ୍ରଶେଖରପୁରରୁ ୬ ଜଣ, ଖଣ୍ଡଗିରିରୁ ୮ଜଣ, ୟୁନିଟ-୨, ୟୁନିଟ-୨ରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply