ଭୁବନେଶ୍ୱର, ଅଗଷ୍ଟ ୨୮ (ଲୋକାଲ ୱାୟାର) : ଆଜିଠୁ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ହେବ ବୋଲି ବିଏମ୍ସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଆରଏମ୍ଆରସିର ଟେକ୍ନିକାଲ ଓ ବିଏମ୍ସି ଅଧିକାରୀ ମିଳିତ ଭାବେ ରାଜଧାନୀର ୨୫ଟି ୱାର୍ଡରେ ଏହି ସର୍ଭେ କରିବେ।
କମ୍ୟୁନିଟି ଓ ହାଇରିସ୍କ ବ୍ୟକ୍ତିଙ୍କର ସେରୋ ସର୍ଭେ ହେବ । ପ୍ରଥମ ଦୁଇ ଦିନରେ ୧୫ ଶହ ସାମ୍ପଲ୍ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି ।
ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ଜୁଲାଇରେ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ହୋଇଥିଲା । ସର୍ଭେରେ ୧.୪% ଲୋକଙ୍କ ଦେହରେ ଆଣ୍ଟିବଡି ହୋଇଥିବା ଜଣାପଡ଼ିଥିଲା ।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଏ ପର୍ଯ୍ୟନ୍ତ ୮ ହଜାର ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାେ ବେଳେ ୫୧୨୪ ଜଣ ସୁସ୍ଥ ହୋଇଛନ୍ତି ।
୩୪୭୮ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୩୬ ଜଣଙ୍କର ମୃତ୍ୟୁ ହୋଇଛି ।
ଲୋକାଲ ୱାୟାର
Leave a Reply