ଭୁବନେଶ୍ୱର, ଡିସେମ୍ବର ୨୮(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ସୋମବାର ପୁଣି ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୩୩ ଜଣ ସୁସ୍ଥ ହୋଇଥିବା ବିଏମସି କହିଛନ୍ତି ।
ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୩ ଜଣ ସ୍ଥାନୀୟ ସଂକ୍ରମିତ ।
ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୩୧ ହଜାର ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ୩୧ ହଜାର ୨୮ ଜଣ ସୁସ୍ଥ ହୋଇଥିବା ବେଳେ ୨୩୯ ଜଣଙ୍କ ମୃତ୍ୟୁ ହୋଇଛି । ୨୮୯ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।
ଲୋକାଲ ୱାୟାର
Leave a Reply