ଭୁବନେଶ୍ୱର, ଜାନୁଆରୀ ୫ (ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ମାତ୍ର ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ ସୁସ୍ଥ ହୋଇଥିବା ବିଏମସି କହିଛି ।
ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ୬ ଜଣ ସ୍ଥାନୀୟ ସଂକ୍ରମିତ ।
ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୩୧ ହଜାର ୬୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ୩୧ ହଜାର ୨୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୨ ଜଣଙ୍କ ମୃତ୍ଯୁ ହୋଇଛି । ୨୦୨ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।
ଲୋକାଲ ୱାୟାର
Leave a Reply