ଭୁବନେଶ୍ୱର,ଅଗଷ୍ଟ ୮(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଶନିବାର ପୁଣି ୧୯୦ କରୋନା ଆନ୍ତ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ପଜିଟିଭ୍ ସଂଖ୍ୟା ୩୭୬୩କୁ ବୃଦ୍ଧି ପାଇଛି ।
୧୯୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୮ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ୫୨ ଜଣ ସ୍ଥାନୀୟ ସଂକ୍ରମିତ । ଆଜି ଆଉ ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କ୍ୱାରେଣ୍ଟାଇନରେ ଥିବା ୧୩୮ ଜଣଙ୍କ ମଧ୍ୟରେ କପିଳେଶ୍ୱର କଞ୍ଚ ସାହିରେ ୨୧ ଜଣ, ବରମୁଣ୍ଡା ବେହେରା ସାହିରେ ୭ ଜଣ ଏବଂ ବମିଖାଲ ଗାୟତ୍ରୀ ଏନକ୍ଲେଭରେ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଇଆରସି ଭିଲେଜ ଏନ-୩ରେ ୫ ଜଣ, ୟୁନିଟ-୧ ମାର୍କେଟ ପାଖରେ ୫ ଜଣ, ୟୁନିଟ-୩ ମାଳି କଲୋନିରେ ୪ଜଣ, ନୟାପଲ୍ଲୀ ବ୍ରିଟ କଲୋନିରେ ୪ଜଣ, ଲକ୍ଷ୍ମୀସାଗର ଓସ୍କାର ସିଟିରେ ୪ଜଣ, ସହିଦନଗର ଶାନ୍ତିପଲ୍ଲୀରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୂର୍ଯ୍ୟନଗର, ପଳାଶୁଣି, ସାମନ୍ତରାପୁର, ଝାରପଡ଼ା ଜଗନ୍ନାଥନଗର, ନୟାପଲ୍ଲୀ ଏଲଆଇସି ଅଫିସ ଲେନ୍, ବରମୁର୍ଡା ପାଲମଣ୍ଡପ ଏବଂ ଆଇଆରସି ଭିଲେଜ ଏନ-୬ରେ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଚନ୍ଦ୍ରଶେଖରପୁର ବିଡିଏ କଲୋନି, ଡୁମଡୁମା, ପଟିଆ, ନୁ୍ୟ ଫରେଷ୍ଟ ପାର୍କ, ଝାରପଡ଼ା ମେହେରପାଲ୍ଲୀ, କଟକ ରୋଡ ଆଇସ ଫ୍ୟାକ୍ଟୋରି ଲେନ୍, ଗ୍ୟାରେଜ ଛକ ଅନୁ ବିହାର, ବଡ଼ଗଡ଼ ବ୍ରିଟ କଲୋନି, ସାଲିଆ ସାହି ତାରିଣୀ ନଗର, ସହିଦ ନଗର, ଶିଶୁପାଳଗଡ଼ ଏସବିଆଇ ପାଖ, ଜୟଦେବ ବିହାର ରିଜର୍ଭ ପୁଲିସ କଲୋନି, ଜାଗମରା ଏବଂ ବଡ଼ଗଡ଼ ନୂଆସାହିରେ ୨ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ବାପୁଜୀ ନଗର ଶିଶୁଭବନ ଛକ ପାଖ, ୟୁନିଟ-୯ ରୋଡ୍-୨, ୟୁନିଟ-୯ ବାୟାବାବା ବସ୍ତି, ବିଜେବି ନଗର, ଶାରଳା ନଗର, ଖଣ୍ଡଗିରି, ଟଙ୍କପାଣି ରୋଡ ମେଘେଶ୍ୱର କଲୋନି, ଶାସ୍ତ୍ରୀ ନଗର, ବରମୁଣ୍ଡା ବସଷ୍ଟାଣ୍ଡ ପାଖ, ବୁଦେ୍ଧଶ୍ୱରୀ କଲୋନି, ସତ୍ୟନଗର, ଭୀମପୁର, ଖଣ୍ଡଗିରି ବାରି,ସୁନ୍ଦରପଦା (ଗଣମାଧ୍ୟମ କର୍ମଚାରୀ), ଜଗମୋହନ ନଗର, ଲକ୍ଷ୍ମୀସାଗର, କପିଳପ୍ରସାଦ, ପାଣ୍ଡରା, ୟୁନିଟ-୩ ପ୍ରେସ କଲୋନି, ସୁନ୍ଦରପଦା, ୟୁନିଟ-୮,ଖଣ୍ଡଗିରି, କୋଳଥିଆରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ଏକ କେନ୍ଦ୍ରୀୟ ହସପିଟାଲରୁ ୨ ଜଣ ଏବଂ ଭିନ୍ନ ଭିନ୍ନ ପ୍ରାଇଭେଟ ହସପିଟାଲରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି ।
ଭୁବନେଶ୍ୱରରେ ମୋଟ ୩୭୬୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୩୬୦ ଜଣ ସୁସ୍ଥ ହୋଇଛନ୍ତି । ୧୩୮୩ ଜଣ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply