ଭୁବନେଶ୍ୱର, ଅଗଷ୍ଟ ୨୪(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ସୋମବାର ୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ପଜିଟିଭ୍ ସଂଖ୍ୟା ୭୫୯୯ ହୋଇଥିବା ବିଏମସି କହିଛି ।

ରାଜଧାନୀରେ ଏ ପର୍ଯ୍ୟନ୍ତ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯୯୪ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି ।

ସୋମବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ୧୧୪ ଜଣ ସ୍ଥାନୀୟ ସଂକ୍ରମିତ । ୧୭୪ ଜଣ ସୁସ୍ଥ ହୋଇଛନ୍ତି ।

କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜାଗମରା ଆଇଟିଆର ପାଖରୁ ୧୦ଜଣ ଚିହ୍ନଟ ହୋଇଛନ୍ତି ।

ବିଏମସି ଅଫିସ ପାଖ ଗୌତମନଗର, ଶୈଳଶ୍ରୀ ବିହାର, ଆଇଆରସି ଭିଲେଜ, ସତ୍ୟବିହାର, ଝାରପଡ଼ା ମହାବୀର ନଗରରୁ ୪ଜଣ ଲେଖାଏଁ, ଡୁମଡୁମା ସୁବାଷ ନଗର ବସ୍ତି, ଏକ ପ୍ରାଇଭେଟ ହସପିଟାଲ, କିମ୍ସ, ବିଏମସି ହସପିଟାଲ ପାଖ, ରସୁଲଗଡ଼ ଶବରସାହି, କୋଳଥିଆ, ସାମନ୍ତରାପୁରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

ରାଜଧାନୀର ଅନ୍ୟ ୧୭ଟି ସ୍ଥାନରେ ୨ଜଣ ଲେଖାଏଁ ଏବଂ ୬୪ ସ୍ଥାନରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଝାରପଡ଼ାରୁ ୮ଜଣ, ସିଆରପିଏଫ କ୍ୟାମ୍ପସରୁ ୫ଜଣ, ଖଣ୍ଡଗିରିରୁ ୪ଜଣ, ନିଳାଦ୍ରୀବିହାର, ନିଳାଦ୍ରୀ ବିହାର ରିକ୍ସା କଲୋନି, ପଟିଆ ଶ୍ରୀବିହାର, ଲକ୍ଷ୍ମୀସାଗର, ବରମୁଣ୍ଡା ଜଗନ୍ନାଥ ନଗରରୁ ୩ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

ରାଜଧାନୀର ଅନ୍ୟ ୧୨ଟି ସ୍ଥାନରୁ ୨ ଜଣ ଲେଖାଏଁ, ଏବଂ ୫୩ଟି ସ୍ଥାନରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।

ଲୋକାଲ ୱାୟାର