ଭୁବନେଶ୍ୱର, ନଭେମ୍ବର ୨୫(ଲୋକାଲ ୱାୟାର): ଭୁବନେଶ୍ୱରରେ ଆଜି ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୫ ଜଣ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) କହିଛି ।
ଚିହ୍ନଟ ହୋଇଥିବା ନୂଆ ୩୧ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୮ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମିତ ।
ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ୩୦ ହଜାର ୫୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୨୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ହଜାର ୮୨୧ ଜଣ ସୁସ୍ଥ ହୋଇଛନ୍ତି ।
୫୧୧ ଜଣ ଆକ୍ଟିଭ୍ ରୋଗୀ ଅଛନ୍ତି ।
ଲୋକାଲ ୱାୟାର
Leave a Reply