ଭୁବନେଶ୍ୱର, ଡିସେମ୍ବର ୧୦(ଲୋକାଲ ୱାୟାର): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଗୁରୁବାର ପୁଣି ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇଥିବା ବିଏମସି କହିଛି ।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ୨୨ ଜଣ ସ୍ଥାନୀୟ ସଂକ୍ରମିତ ।
ରାଜଧାନୀରେ ଏ ପର୍ଯ୍ୟନ୍ତ ମୋଟ ୩୧ ହଜାର ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ୨୨୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୦ ହଜାର ୪୬୭ ଜଣ ସୁସ୍ଥ ହୋଇଛନ୍ତି ।
୩୨୬ ଜଣ ସକ୍ରିୟ କରୋନା ମାମଲା ରହିଛି ।
ଲୋକାଲ ୱାୟାର
Leave a Reply