ଭୁବନେଶ୍ୱର, ଅଗଷ୍ଟ ୬(ଲୋକାଲ ୱାୟାର): ଉପଭୋକ୍ତାଙ୍କୁ ବିଦୁ୍ୟତ ସରବରାହ, ବିଲ୍ ପଇଠ, ନୂଆ ଲାଇନ ସଂଯୋଗ, ଠିକଣା ଓ ନାମ ପରିବର୍ତ୍ତନ ଆଦି ତଥ୍ୟ ପ୍ରଦାନ ପାଇଁ ଶୁକ୍ରବାର ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଭୁବନେଶ୍ୱରର କଲ୍ୟାଣୀ କମ୍ପ୍ଲେକ୍ସରେ ଏକ କଲ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି ।
ଗ୍ରାହକମାନେ ଚବିଶ ଘଣ୍ଟା ଏହି କଲ୍ ସେଣ୍ଟର ସହ ଯୋଗାଯୋଗ କରିପାରିବେ । ସେମାନଙ୍କ ବିଭିନ୍ନ ସନେ୍ଦହ ସମ୍ପର୍କିତ ପ୍ରଶ୍ନ ପଚାରିବା ସହ ଅଭିଯୋଗ ଦାଖଲ ମଧ୍ୟ କରିପାରିବେ ।
ଏହି କାର୍ଯ୍ୟକ୍ରମରେ ଟିପିସିଓଡିଏଲର ମୁଖ୍ୟ ନିର୍ବାହୀ ଅଧିକାରୀ ଏମ. ସେନବାଗାମ୍ ଓ ଟାଟା ପାୱାରର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply