ଭୁବନେଶ୍ୱର,ସେପ୍ଟେମ୍ବର ୨୫(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ପୁଣି ୩୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୨ ଜଣ ସୁସ୍ଥ ହୋଇଥିବା ବିଏମସି କହିଛି ।

ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୨୧୯ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୬ ହଜାର ୫୧୧ । ମୃତ୍ଯୁ ସଂଖ୍ୟା ୮୦ରେ ପହଞ୍ଚିଛି । ୩୬୧୨ ଜଣ ଆକ୍ଟିଭ୍ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।

ଶୁକ୍ରବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୭୦ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ବ୍ରହ୍ମେଶ୍ୱର ପାଟଣା, ୟୁନିଟ-୯, ଜଗନ୍ନାଥ ବିହାର, ଗୌରୀ ନଗର, ପଳାଶପଲ୍ଲୀ, ପଟିଆରେ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ୨୫୬ ଜଣଙ୍କ ମଧ୍ୟରେ ପଟିଆରୁ ୨୦ଜଣ, ନୟାପଲ୍ଲୀରୁ ୧୧ଜଣ, ୟୁନିଟ-୯ରୁ ୧୦ଜଣ, ବରମୁଣ୍ଡାରୁ ୮ଜଣ, ଓଲ୍ଡ ଟାଉନରୁ ୮ଜଣ, ରସୁଲଗଡ଼ରୁ ୭ଜଣ, ଚନ୍ଦ୍ରଶେଖରପୁରରୁ ୭ଜଣ, ଶୈଳଶ୍ରୀ ବିହାରରୁ ୬ଜଣ, ପଳାଶୁଣିରୁ ୬ଜଣ, କଳାରାହାଙ୍ଗରୁ ୬ଜଣ, ବମିଖାଲ, ୟୁନିଟ-୩, ୟୁନିଟ-୮, କଳିଙ୍ଗନଗର, ଭିଏସଏସ ନଗର, ଭୀମଟାଙ୍ଗୀରୁ ୫ଜଣ ଲେଖାଏଁ, ବ୍ରହ୍ମେଶ୍ୱର ପାଟଣା, ଭୋଇନଗର, ଗାଡ଼କଣ, ଖଣ୍ଡଗିରି, ଖାରବେଳ ନଗର, ବାଣୀବିହାର, ଲକ୍ଷ୍ମୀସାଗର, ପଳାସପଲ୍ଲୀ, ଘାଟିକିଆ, ପୋଖରୀପୁଟ, ପାତ୍ରପଡ଼ା, ଡୁମୁଡୁମା, ବଡ଼ଗଡ଼ରୁ ୪ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଲୋକାଲ ୱାୟାର