ଭୁବନେଶ୍ୱର, ଅଗଷ୍ଟ ୧୪(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ତାଲିକାରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଶୁକ୍ରବାର ଚିହ୍ନଟ ହୋଇଥିବା ୨୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୯୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୧୪୮ ଜଣ କ୍ୱାରେଣ୍ଟାଇନରେ ଥାଇ ଅନ୍ୟ ପଜିଟିଭଙ୍କ ସଂସ୍ପର୍ଶରେ ଆକ୍ରାନ୍ତ ହୋଇଛନ୍ତି ।
ଶୁକ୍ରବାର ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ସ୍ଥାନୀୟ ସଂକ୍ରମିତ ୯୯ ଜଣଙ୍କ ମଧ୍ୟରେ, ପୋଖରୀପୁଟ ଇନ୍ଦ୍ରପସ୍ଥ କଲୋନିରୁ ୪ ଜଣ, ନିଳାଦ୍ରୀ ବିହାର ପଣ୍ଡାପାର୍କ ବସ୍ତିରୁ ୩ଜଣ, ରିଜର୍ଭ ପୁଲିସ କଲୋନିରୁ ୩ଜଣ ଆକ୍ରାନ୍ତ ହୋଇଛନ୍ତି ।
ବଡ଼ଗଡ଼ ବ୍ରିଟ କଲୋନି, ଭରତପୁର, ଚକେଇ ସିଆଣି ଭିଏସଏସ ନଗର, ପୋଖରୀପୁଟ କାରଗିଲ ବସ୍ତି, ଝାରପଡ଼ା ଜଗନ୍ନାଥ ଆଭେନୁ୍ୟ, ନୟାପଲ୍ଲୀ ନୀଳକଣ୍ଠ ନଗର, ପଣ୍ଡା ପାର୍କ, ପ୍ରଶାନ୍ତି ବିହାର, ଡୁମଡୁମା ରଘୁନାଥ ନଗର, ୟୁନିଟ-୮, ନିଳାଦ୍ରୀ ବିହାର ରିକ୍ସା କଲୋନି, ସାଲିଆ ସାହି ଏବଂ ଟଙ୍କପାଣି ରୋଡରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ଏଥିସହ ଅନ୍ୟ ୬୧ଟି ସ୍ଥାନରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ରାଜଧାନୀରେ ମୋଟ ୪୮୪୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ୩୧୧୮ ଜଣ ସୁସ୍ଥ ହୋଇଥିବା ବେଳେ ୧୬୯୫ ଜଣ ଚିକିତ୍ସିତ ହେଉଛନ୍ତି ।
ଲୋକାଲ ୱାୟାର
Leave a Reply