ଭୁବନେଶ୍ୱର, ଅକ୍ଟୋବର ୫ (ଲୋକାଲ ୱାୟାର) : ଭୁବନେଶ୍ୱରର ମଞ୍ଚେଶ୍ୱର ବରୀମୁଣ୍ଡସ୍ଥିତ ବ୍ୟାଙ୍କ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଲୁଟେରାକୁ ଗିରଫ କରାଯାଇଛି ବୋଲି କମିଶନରେଟ୍ ପୁଲିସର ସୋମବାର ସୂଚନା ଦେଇଛି ।
ଗିରଫ ଲୁଟେରା ଜଣକ ବରିମୁଣ୍ଡ ଟାଙ୍ଗୀବନ୍ତ ଅଞ୍ଚଳର ସୌମ୍ୟ ରଞ୍ଜନ ଜେନା । ତା’ପାଖରୁ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା, ବନ୍ଧୁକ ଓ ସ୍କୁଟି ଜବତ କରିଛି ପୁଲିସ ।
ଏହାସହ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିଶନରେଟ୍ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଉଦ୍ୟମ ଜାରି ରଖିଛି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୯ ତାରିଖରେ ବରୀମୁଣ୍ଡସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।
ଲୋକାଲ ୱାୟାର
Leave a Reply