• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଭୁବନେଶ୍ୱରରେ ବଢ଼ୁଛି ବ୍ରାଉନସୁଗର ବେପାର; ୫ ଗିରଫ, ୩୨୪ ଗ୍ରାମ ଜବତ

ଭୁବନେଶ୍ୱରରେ ବଢ଼ୁଛି ବ୍ରାଉନସୁଗର ବେପାର; ୫ ଗିରଫ, ୩୨୪ ଗ୍ରାମ ଜବତ

January 20, 2020 By LocalWire Leave a Comment

ଭୁବନେଶ୍ୱର,ଜାନୁଆରୀ ୨୦(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ବ୍ରାଉନ ସୁଗରର କାରବାର ବଢ଼ି ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଏସଟିଏଫ(ସ୍ପେଶାଲ ଟାସ୍କ ଫୋର୍ସ) ଚଢ଼ଉ କରି ଜଣେ କୁଖ୍ୟାତ ବେପାରୀକୁ ଗିରଫ କରିବା ସହ ୩୨୪ ଗ୍ରାମ ବ୍ରାଉନସୁଗର ଜବତ କରିିଥିବା ବରିଷ୍ଠ ପୁଲିସ ଅଫିସର ସୂଚନା ଦେଇଛନ୍ତି ।

ଗତକାଲି ଏସଟିଏଫକୁ ସୂଚନା ମିଳିଥିଲା ରାଜଧାନୀର କଳିଙ୍ଗ ଷ୍ଟାଡିୟମ ପାଶ୍ୱର୍ରେ କେତେକ ଯୁବକ ବ୍ରାଉନସୁଗର କାରବାର କରୁଛନ୍ତି । ଅଧିକାରୀମାନେ ସେଠାରେ ଚଢ଼ାଉ କରି ଭୁବନେଶ୍ୱର ଶିଖରଚଣ୍ଡୀର ସେକ୍ ସାଗବା ଓ ବାଲେଶ୍ୱର ଗୋପାଳ ଗାଁର ତନ୍ମୟ କୁମାର ସାହୁକୁ ଗିରଫ କରିଥିଲେ ।

ସେମାନଙ୍କଠାରୁ ୩୨୪ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ଜେରାରୁ ଜଣାପଡ଼ିଥିଲା ସେମାନେ ବାଲେଶ୍ୱରର ସେକ୍ ଫକୀର ନାମକ ଯୁବକଠାରୁ ନିୟମିତ ବ୍ରାଉନସୁଗର ଆଣୁଛନ୍ତି ।

ଏସଟିଏଫ ଟିମ୍ ବାଲେଶ୍ୱରରେ ଚଢ଼ାଉ କରି ବାଲେଶ୍ୱର ଗଲାଲପଲାର ସେକ୍ ଫକୀର, ଅରଡ଼ବଜାରର ମହମ୍ମଦ ସୋହେଲ ଏବଂ ସେକ୍ ହଇବୁଲକୁ ଗିରଫ କରିଥିଲା ।

ସେମାନଙ୍କଠାରୁ ଏକ ମାରୁତି କାର, ୪ଟି ବାଇକ ଏବଂ ୧ ଲକ୍ଷ ୮୪ ହଜର ଟଙ୍କା ଜବତ ହୋଇଥିଲା । ଏସଟିଏଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ।

ଉଲ୍ଲେଖଯୋଗ୍ୟ, ଗତ ୬ ତାରିଖରୁ ୧୫ ତାରିଖ ମଧ୍ୟରେ ଏସଟିଏଫ୍ ପୁରୀ, ବାଲେଶ୍ୱର, ଅନୁଗୁଳ ଖୋର୍ଦ୍ଧା, ପିପିଲି, ଢେଙ୍କାନାଳ ଏବଂ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୯୩ ଗ୍ରାମ ବ୍ରାଉନସୁଗର ଜବତ କରିଛି ।

ଏଥିସହ ୯ ଲକ୍ଷ ଟଙ୍କା, ୩ଟି ବାଇକ୍ ଏବଂ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି ।

ପଶ୍ଚିମବଙ୍ଗର କୋଲକାତା, ମେଦିନୀପୁର ଏବଂ ମୁର୍ଶିଦାବାଦରୁ ବେପାରୀମାନେ ବ୍ରାଉନସୁଗର ଆଣି ବାଲେଶ୍ୱର ଓ ଭୁବନେଶ୍ୱରରେ ବିକୁଥିବା ଏସଟିଏଫ ଡିଜିପି ଜୟନାରାୟଣ ପଙ୍କଜ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ଢେଙ୍କାନାଳ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire