ଭୁବନେଶ୍ୱର, ଏପ୍ରିଲ ୧୮(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱର କରୋନା ହଟସ୍ପଟ୍ ହୋଇଥିବାରୁ ରାପିଡ୍ କରୋନା ଟେଷ୍ଟ ପାଇଁ ହୋଇଥିବା ନିଷ୍ପତ୍ତି ଅନୁସାରେ ଶନିବାର ପ୍ରଥମ ଦିନରେ ୧୨ଟି କେନ୍ଦ୍ରରେ ୮୩୮ଟି ନମୁନା ସଂଗ୍ରହ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ।
ବିଏମସି ପକ୍ଷରୁ ଗଠନ କରାଯାଇଥିବା ୧୩ଟି ଟିମ୍ ସକାଳ ୮ଟାରୁ ୧୧ଟା ଓ ପୁଣି ଅପରାହ୍ନ ୪ଟାରୁ ୬ଟା ଦୁଇ ବେଳା ନମୁନା ସଂଗ୍ରହ କରିଛନ୍ତି ।
ବିଏମସି ଟିମରେ ଡାକ୍ତର, ସ୍ୱାସ୍ଥ୍ୟ ବିଭାଗର ଦୁଇ ଜଣ ଟେକ୍ନିସିଆନ୍, ଜଣେ ନୋଡାଲ ଅଫଇସର, ଜଣେ ଶିକ୍ଷକ ଓ ଜଣେ ସଫେଇ କର୍ମଚାରୀଙ୍କୁ ମିଶାଇ ୬ ଜଣ ଲେଖାଏଁ ରହୁଛନ୍ତି ।
ପୂଜା କମିଟି ସଦସ୍ୟ, ୱାର୍ଡ ଅଫିସର ଅଙ୍ଗନବାଡ଼ି କର୍ମୀ, ଏଏନଏମ୍ ଏବଂ ବିଭିନ୍ନ ଆସୋସିଏସନର କର୍ମକର୍ତ୍ତା ଏଥିରେ ସହାୟତା କରୁଛନ୍ତି ।
ଶନିବାର ଦକ୍ଷିଣ ପୂର୍ବ ଜୋନରୁ ୫୮୯, ଦକ୍ଷିଣ-ପଶ୍ଚିମ ଜୋନରୁ ୧୫୩ ଏବଂ ଉତ୍ତର ଜୋନରୁ ୯୬ଟି ନମୁନା ସଂଗ୍ରହ କରାଯାଇଛି ।
ରାଜଧାନୀର ୩ ଜଣ ବିଧାୟକ, ଉପଜିଲ୍ଲାପାଳ, ତହସିଲଦାର ମଧ୍ୟ ନିଜ ନିଜ ନମୁନା ଦେଇ ପରୀକ୍ଷା କରାଇଥିଲେ ।
ଲୋକାଲ ୱାୟାର
Leave a Reply