ଭୁବନେଶ୍ୱର, ନଭେମ୍ବର ୨୬(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୧କୁ ଗୁରୁବାର ହ୍ରାସ ପାଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି) କହିଛି ।
ଗୁରୁବାର ଭୁବନେଶ୍ୱରରେ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ୩୮ ଜଣ ସ୍ଥାନୀୟ ସଂକ୍ରମିତ ।
ଏ ପର୍ଯ୍ୟନ୍ତ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୬୧୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୯ ହଜାର ୮୭୫ ଜଣ ସୁସ୍ଥ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply