ଭୁବନେଶ୍ୱର, ଅଗଷ୍ଟ ୨(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ରବିବାର ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବିଏମସି କହିଛି ।
ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆଚାର୍ଯ୍ୟ ବିହାର, ବରମୁଣ୍ଡା ଟେଲକୋ କଲୋନି, ଜୟଦେବ ବିହାର ମେ-ଫେୟାର ପାଖ, ଖଣ୍ଡଗିରି ବାରି, ଡମଣା, ପଟିଆ ଶିଖରଚଣ୍ଡୀ ବିହାର, ଖଣ୍ଡଗରି, ଟଙ୍କପାଣି ରୋଡ (ପ୍ରାଇଭେଟ ହସପିଟାଲ କର୍ମଚାରୀ), ଡୁମଡୁମା ଶୁକବିହାର, ଚନ୍ଦ୍ରଶେଖରପୁର ବିଡିଏ କଲୋନି, ବରମୁଣ୍ଡା ଜଗନ୍ନାଥ ବିହାର, ସୁନ୍ଦରପଦା ଆଜାଦ ନଗର, ଭୋଇ ନଗର, ବୁଦ୍ଧନଗର, ରଙ୍ଗମାଟିଆ ରେଲୱେ କଲୋନି, ଟଙ୍କପାଣି ରୋଡ ଶିବନଗର, ଇନଫୋସିଟି (ପ୍ରାଇଭେଟ କମ୍ପାନି କର୍ମଚାରୀ), ନୟାପଲ୍ଲୀ (ପୁଲିସ), ବଡ଼ଗଡ଼ ବ୍ରିଟ କଲୋନି, ପଳାଶୁଣି, ସୂର୍ଯ୍ୟନଗର, ଶାସ୍ତ୍ରୀ ନଗୀ, ଚମ୍ପାବତୀ ସାହି, ନୟାପଲ୍ଲୀ (ଗଣମାଧ୍ୟମ କର୍ମଚାରୀ), ସାମନ୍ତରାପୁର, ପ୍ରଶାନ୍ତି ବିହାର, ନିଳାଦ୍ରୀ ବିହାର, ସହିଦନଗର, ରାଧାକୃଷ୍ଣ ବସ୍ତି, ଗ୍ୟାରେଜ ଛକ ଏବଂ ୟୁନିଟ-୨ରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ୟୁନିଟ-୮ ସିବିଆଇ କଲୋନିରେ ୩ଜଣ, ଖଣ୍ଡଗିରି, ସାଲିଆ ସାହି, ଆଇଆରସି ଭିଲେଜ, ଭୋଇନଗର, ବରମୁଣ୍ଡାରୁ ୨ଜଣ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।
ଏକ ପ୍ରାଇଭେଟ ହସପିଟାଲର ୨ ଜଣ କର୍ମଚାରୀ ଏବଂ ସତ୍ୟନଗରରେ ରହୁଥିବା ଦୁଇ ଜଣ ହସପିଟାଲ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି ।
ରାଜଧାନୀ ଭୁବନେଶ୍ୱରରେ ରବିବାର ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭୯ରେ ପହଞ୍ଚିଥିବା ବିଏମସି କହିଛି ।
ଆଉ ୧୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମିଶାଇ ଏ ପର୍ଯ୍ୟନ୍ତ ମୋଟ ୧୬୯୧ ଜଣ ସୁସ୍ଥ ହେଲେଣି । ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୬୮ ଜଣ ଚିକିତ୍ସିତ ହେଉଛନ୍ତି ।
ରବିବାର ଚିହ୍ନଟ ହୋଇଥିବା ୧୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି ।
ଲୋକାଲ ୱାୟାର
Leave a Reply