ଭୁବନେଶ୍ୱର, ଏପ୍ରିଲ ୨୩(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଗୁରୁବାର କହିଛି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୮୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ବିଭିନ୍ନ ଡାକ୍ତରଖାନାରେ ଏବେ ୪୯ ଜଣ ଚିକିତ୍ସିତ ହେଉଛନ୍ତି ।
ଚିକିତ୍ସିତ ହେଉଥିବା ଅନେକ କରୋନା ଆକ୍ରାନ୍ତ ମଧ୍ୟ ସୁସ୍ଥ ଆଡକୁ ଗତି କରୁଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ୫ ଦିନ ମଧ୍ୟରେ ଭୁବନେଶ୍ୱରରେ ଜଣେ ହେଲେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।
ଇତି ମଧ୍ୟରେ ରାଜଧାନୀରୁ ସମସ୍ତ କଣ୍ଟେନମେଣ୍ଟ ଜୋନ୍ ହଟାଇ ନିଆଯାଇଛି ଏବଂ ଲକ୍ ଡାଉନ କେବଳ ଜାରି ରହିଛି ।
ଲୋକାଲ ୱାୟାର
Leave a Reply