ଭୁବନେଶ୍ୱର,ଏପ୍ରିଲ ୨୭(ଲୋକାଲ ୱାୟାର): ଭୁବନେଶ୍ୱରରେ ଆଉ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୋମବାର କହିଛନ୍ତି ।
ଦୁଇ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩୭ ଜଣ କରୋନା ରୋଗୀ ସୁସ୍ଥ ହେଲେଣି ।
ରାଜ୍ୟରେ ସୋମବାର ଅପରାହ୍ଣ ସୁସ୍ଥ ମୋଟ ୧୦୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ୭୦ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ମୋଟ ୧୦ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ଟି ଜିଲ୍ଲା କରୋନାରୁ ମୁକ୍ତ ହୋଇ ସାରିଛି ।
ଭୁବନେଶ୍ୱରରେ ମୋଟ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇସାରିଲେଣି ।
ଲୋକାଲ ୱାୟାର
Leave a Reply