ଭୁବନେଶ୍ୱର, ଅଗଷ୍ଟ ୨୯(ଲୋକାଲ ୱାୟାର): ଦୂରଦର୍ଶନ ସମାଚାର ବିଭାଗ ଭୁବନେଶ୍ୱର କେନ୍ଦ୍ରର ନିର୍ଦେଶକ ଭାବେ ବଦ୍ରି ନାରାୟଣ ଅଧିକାରୀ ଯୋଗ ଦେଇଥିବା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ବିଜ୍ଞପ୍ତିରୁ ପ୍ରକାଶ ।
ଶ୍ରୀ ଅଧିକାରୀ ଏହା ପୂର୍ବରୁ ଭାରତ ସରକାରଙ୍କ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନ ପ୍ରକାଶନ ବିଭାଗ, ଆକାଶବାଣୀ ସମାଚାର ବିଭାଗ, ଆକାଶବାଣୀର ଭୁବନେଶ୍ୱର ସମ୍ବାଦଦାତା, ପତ୍ର ସୂଚନା କାର୍ଯ୍ୟାଳୟ, କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ଏବଂ ଦୂରଦର୍ଶନ ସମାଚାର ବିଭାଗରେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି ।
ଲୋକାଲ ୱାୟାର
Leave a Reply