ଭୁବନେଶ୍ୱର,ଜାନୁଆରୀ ୨୯(ଲୋକାଲ ୱାୟାର): ଚୀନରେ କରୋନା ଭାଇରସ ମହାମାରୀ ରୂପ ନେଇଥିବା ବେଳେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରି୍ରିନିଂ ପାଇଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବ୍ୟବସ୍ଥା ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ଦେଶ ବାହାରକୁ ବିମାନ ଉଡ଼ାଣ ହେଉଥିବାରୁ ଏବଂ ଯାତ୍ରୀଙ୍କ ଯିବାଆସିବା ଲାଗି ରହିଥିବାରୁ ଏଠାରେ ଯାତ୍ରୀଙ୍କ କରୋନା ଭାଇରସ ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକାର ଅନୁରୋଧ କରିଥିଲେ ।
ସୂଚନା ଅନୁସାରେ ଏବେ ଭୁବନେଶ୍ୱର ସମେତ ୨୧ଟି ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି ।
ଏହି ବିମାନବନ୍ଦର ଗୁଡ଼ିକ ହେଲା ମୁମ୍ବାଇ, କୋଚିନ, ବାଙ୍ଗାଲୋର, ଅହମ୍ମଦାବାଦ, ଅମୃତସର, କୋଏମ୍ବାଟୁର, କୋଲକାତା, ଗୁଆହାଟୀ, ଗୟା, ବାଗଡୋଗ୍ରା, ଜୟପୁର, ଲକ୍ଷ୍ନୌ, ଚେନ୍ନାଇ, ତ୍ରିଭେନ୍ଦ୍ରମ, ତ୍ରିଚି, ବାରାଣୀ, ଭାଇଜାଗ ଏବଂ ଗୋଆ ।
ଲୋକାଲ ୱାୟାର
Leave a Reply