ଭୁବନେଶ୍ୱର, ଫେବ୍ରୁଆରୀ ୧୮(ଲୋକାଲ ୱାୟାର): ଇଂ. ଦୁର୍ଗାଚରଣ ମିଶ୍ରଙ୍କ ରଚିତ ‘ମଣିଷ ଦେହେ ଦିବ୍ୟଜ୍ଞାନ’ ପୁସ୍ତକ ପାଠକାର୍ପଣ ହୋଇଯାଇଛି ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଏହି ପୁସ୍ତକ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖକ ତ୍ରିନାଥ ପଟ୍ଟନାୟକ, ରାଜେନ୍ଦ୍ର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫୁଲ୍ଲ ମିଶ୍ରଙ୍କ ଭଳି ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।
ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଇଂ. ଦୁର୍ଗା ଚରଣ ମିଶ୍ର ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply