ବାଲେଶ୍ୱର, ଅକ୍ଟୋବର ୫ (ଲୋକାଲ ୱାୟାର) : ରାଜ୍ୟରେ ଜାରି ରହିଥିବା ଲଘୁଚାପଜନିତ ବର୍ଷା ଯୋଗୁଁ ସୋମବାର ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀଠାରେ ଜଳକା ନଦୀ ବିପଦ ସଙ୍କେତ ଛୁଇଁଛି ।
ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଏବେ ଜଳସ୍ତର ୬.୨୫ ମିଟର ରହିଛି ।
ନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଆଗକୁ ଜଳସ୍ତର ବୃଦ୍ଧି ପାଇଲେ ବସ୍ତା ବ୍ଲକର ୫ଟି ପଞ୍ଚାୟତ ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ।
ହେଲେ ନଦୀରେ ବନ୍ୟା ଆଶଙ୍କା ନାହିଁ । ଜଳସ୍ତର ସ୍ଥିର ରହିଛି ବୋଲି ସ୍ଥାନୀୟ ପ୍ରଶାସନ କହିଛି ।
ଲୋକାଲ ୱାୟାର
Leave a Reply